କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ବଢିଲା ଯୁଦ୍ଧ ଆଶଙ୍କା । ହମାସ ସାମରିକ ମୁଖ୍ୟ ମହମ୍ମଦ ଦାଇଫଙ୍କୁ ବିମାନ ଆକ୍ରମଣରେ ନିପାତ କରାଯାଇଥିବା ନେଇ ଇସ୍ରାଏଲ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଫଳରେ ଇସ୍ରାଏଲ ଓ ଇରାନ ମଧ୍ୟରେ ବଡ ଧରଣର ଯୁଦ୍ଧ ଆଶଙ୍କା ବଢିଛି । ଏହାପୂର୍ବରୁ ହମାସର ଶୀର୍ଷ ନେତା ଇସମାଇଲ ହାନିୟେହକୁ ତେହରାନରେ ହତ୍ୟା କରାଯାଇଥିଲା । ଇସମାଇଲଙ୍କ ହତ୍ୟା ପାଇଁ ଇସ୍ରାଏଲକୁ ଦାୟୀ କରିବା ସହ ଏହାର ପରିଣାମ ଭୋଗିବାକୁ ଚେତାବନୀ ଦେଇଛି ଇରାନ । ଜୁଲାଇ ୧୩ ତାରିଖରେ ଦାଇଫଙ୍କୁ ବିମାନ ଆକ୍ରମଣରେ ହତ୍ୟା କରାଯାଇଛି । ତେବେ ହମାସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ଗତ ଅକ୍ଟୋବରରେ ଇସ୍ରାଏଲ ଉପରେ ହୋଇଥିବା ହୃଦୟବିଦାରକ ଆକ୍ରମଣ ପଛର ମୁଖ୍ୟ ଖଳନାୟକ ଥିଲେ ମହମ୍ମଦ ଦାଇଫ। ଏହି ଭୟଙ୍କର ଆକ୍ରମଣରେ ୧୧୯୭ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ସେବେଠାରୁ ପ୍ରୟାସ ଚଳାଇଥିଲା ଇସ୍ରାଏଲ ।

Advertisment

ଖୋଜି ଖୋଜି ମାରୁଛି ଇସ୍ରାଏଲ

  • ଜୁଲାଇରେ ହମାସର ୨ ଶୀର୍ଷ କମାଣ୍ଡର ନିପାତ
  • ମହମ୍ମଦ ଦାଇଫ ଓ ଇସମାଇଲ ହାନିୟାଙ୍କୁ ହତ୍ୟା କରିଛି ଇସ୍ରାଏଲ
  • ହମାସର ମୁଖ୍ୟ ଓ ସାମରିକ ମୁଖ୍ୟ ନିପାତ
  • ଇସ୍ରାଏଲର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା ଦାଇଫ
  • ଗାଜା ମୁଖ୍ୟ ୟାହ୍ୟା ସିନବାର ଏବେ ଇସ୍ରାଏଲର ଟାର୍ଗେଟରେ
  • ଏହି ୩ ଜଣ ଇସ୍ରାଏଲ ଆକ୍ରମଣର ଥିଲେ ମାଷ୍ଟରମାଇଣ୍ଡ

ଇସ୍ରାଏଲକୁ ହମାସର ଚେତାବନୀ

  • ଇସମାଇଲ ହାନିୟାର ମୁତ୍ୟୁ ପରେ ରକ୍ତମୁଖା ହମାସ
  • ଇସ୍ରାଏଲକୁ ଦେଉଛି ଖୋଲାଖୋଲି ଧମକ
  • ହାନିୟାର ବଳିଦାନ ବୃଥା ଯିବନି, ଜବାବ ନିଶ୍ଚୟ ଦିଆଯିବ
  • ଇରାନ-ହମାସ ମିଳିତ ଭାବେ କରିପାରନ୍ତି ଆକ୍ରମଣ
  • ଲେବାନନରୁ ଇସ୍ରାଏଲ ଉପରେ ହିଜବୁଲ୍ଲାହର ରକେଟ ମାଡ

ମଧ୍ୟପ୍ରାଚ୍ୟରେ କେମିତି ଅଛି ସ୍ଥିତି?

  • ଯେକୌଣସି ମୁହୂର୍ତ୍ତରେ ଇସ୍ରାଏଲ-ଇରାନ ମଧ୍ୟରେ ହୋଇପାରେ ଯୁଦ୍ଧ
  • ଡ୍ରୋନ ଓ ମିସାଇଲ ଜରିଆରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ଇରାନ
  • ଆତଙ୍କବାଦୀ ସଙ୍ଗଠନ ସହ ମିଳିତ ଭାବେ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଇରାନର ଯୋଜନା
  • ଇସ୍ରାଏଲ ସମର୍ଥନରେ ଆମେରିକା, ୧୨ ଯୁଦ୍ଧ ଜାହଜ ଓ ୪ ହଜାର ସୈନିକଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
  • ଇରାନ ଓ ଇସ୍ରାଏଲ ନିକଟସ୍ଥ ସମୁଦ୍ରରେ ପଇଁତରା ମାରୁଛନ୍ତି ଆମେରିକାର ଯୁଦ୍ଧ ବୁଡାଜାହାଜ
  • ଆକ୍ରମଣକୁ ସାମ୍ନା କରିବାକୁ ଇସ୍ରାଏଲ ପ୍ରସ୍ତୁତ କହିଲେ ପ୍ରଧାନମନ୍ତ୍ରୀ ନେତ୍ୟାନାହୁ
  • ଯୁଦ୍ଧ ଆଶଙ୍କା କରି ନିଜ ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରି କରିଛି ଭାରତ
  • ସ୍ଥିତିକୁ ଦେଖି ଲେବାନନ ଛାଡିବାକୁ ନାଗରିକଙ୍କୁ କହିଲା ଭାରତ