ନୂଆବର୍ଷରେ ବିହାର ଦେଖିପାରେ ନୂଆ ସରକାର । ରାବ୍ରୀ ଦେବୀ କହିଲେ ମହାଗଠବନ୍ଧନରେ ନିତୀଶଙ୍କୁ ସାମିଲ କରିବା ନେଇ ଚାଲିଛି ବିଚାର । ସେପଟେ ଜେଡିୟୁ ଓ ବିଜେପି ସଂପର୍କରେ ଫାଟକୁ ନେଇ ଚର୍ଚ୍ଚା

779

କନକ ବ୍ୟୁରୋ : ନୂଆବର୍ଷରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ବିହାରବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିରୋଧୀ ନିତୀଶ କୁମାରଙ୍କ ବାବଦରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ରାବ୍ରୀ ଦେବୀ କହିଛନ୍ତି କି, ନିତୀଶ କୁମାରଙ୍କୁ ପୁଣିଥରେ ମହାଗଠବନ୍ଧନରେ ସାମିଲ କରିବା ନେଇ ଆରଜେଡି ଭିତରେ ଆଲୋଚନା ଚାଲିଛି । ଅରୁଣାଚଳ ପ୍ରଦେଶରେ ୬ ଜଣ ଜେଡିୟୁ ବିଧାୟକ ବିଜେପିରେ ସାମିଲ ହେବାକୁ ନେଇ ରାରାବ୍ରୀ ଦେବୀ କହିଛନ୍ତି କି ଖାଲି ଅରୁଣାଚଳ ପ୍ରଦେଶ ନୁହେଁ ବିହାରରେ ବି ବିଜେପି ଏଭଳି କରିପାରେ ?

କହିରଖୁ କି ଅରୁଣାଚଳପ୍ରଦେଶରେ ଜେଡିୟୁର ଥିବା ୭ ଜଣ ବିଧାୟକଙ୍କ ମଧ୍ୟରୁ ୬ ଜଣ ବିଜେପିରେ ସାମିଲ ହୋଇସାରିଛନ୍ତି । ଏପଟେ ଏହାକୁ ନେଇ ବିଜେପି ଓ ଜେଡିୟୁ ମଧ୍ୟରେ ଯେଭଳି ଭାବେ ବିତ୍ତର୍କ ଦେଖା ଦେଇଛି ତାହାକୁ ହାତଛଡା କରିବାକୁ ଚାହୁଁ ନାହାନ୍ତି ଲାଲୁ ଯାଦବ । ଏଭଳି ସମୟରେ ନିତୀଶଙ୍କୁ ପୁଣିଥରେ ମହାଗଠବନ୍ଧନକୁ ଫେରାଇଆଣିବାକୁ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏକ ମୋର୍ଚ୍ଚା ଖୋଲି ତାହାର ଦାୟିତ୍ୱ ନେଇଛନ୍ତି ।

କୁହାଯାଉଛି କି ଲାଲୁ ଯାଦବଙ୍କ ପରିବାର ଓ ଆରଜେଡିର କୌଣସି ନେତା ରାଜନୈତିକ ସ୍ତରରେ ନିତୀଶ କୁମାରଙ୍କ ବିରୋଧରେ କୌଣସି ମନ୍ତବ୍ୟ ଦେବାକୁ ବାରଣ କରାଯାଇଛି । ଏହାସହ ସରକାରଙ୍କ ବିରୋଧରେ ହେଉ କି ନିଜ ଦଳ ସପକ୍ଷରେ ହେଉ ଆରଜେଡିର କୌଣସି ନେତା ବା ପ୍ରବକ୍ତା ଗଣମାଧ୍ୟମ ଆଗରେ ବୟାନ ଦେବା ପୂର୍ବରୁ ଚିନ୍ତା କରି ବୟାନ ଦେବାକୁ ଲାଲୁ ଯାଦବଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଏହାସହ ଏଭଳି କିଛି ଖବର ସୂତ୍ର ମାଧ୍ୟମରେ ମିଳିଛି କି ନିତୀଶ କୁମାରଙ୍କୁ ପୁଣିଥରେ ମହାଗଠବନ୍ଧନରେ ସାମିଲ କରିବାକୁ ଲାଲୁ ଯାଦବ ୟୁପିଏର ବଡ ବଡ ନେତା ମାନଙ୍କ ସହାୟତାରେ ନିତୀଶ କୁମାରଙ୍କ ଉପରେ ଚାପ ପକାଉଥିବା ସୂଚନା ମିଳିଛି । ଏହାସହ ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି କି ଯଦି ନିତୀଶ କୁମାର ମହାଗଠବନ୍ଧନ ଦେଇ ୟୁପିଏକୁ ଫେରିବାକୁ ଚାହିଁବେ ତେବେ ତାଙ୍କ ପାଇଁ ୟୁପିଏର ଦ୍ୱାର ସବୁବେଳେ ଖୋଲା ରହିଛି ।