ପୁଣି ଚିନ୍ତା ବଢ଼ାଇଲା ସୁନା ଦର । ୩୯ ହଜାର ଟପିଲା ୧୦ ଗ୍ରାମ ସୁନାର ମୂଲ୍ୟ, ୬ ବର୍ଷରେ ସର୍ବାଧିକ

ଆମେରିକା-ଚୀନ ଟ୍ରେଡ୍ ୱାର୍, ସେୟାର ବଜାରରେ ଅବନ୍ନତି ଯୋଗୁଁ ସୁନା ଆଡକୁ ମୁହାଁଉଛନ୍ତି ନିବେଶକ

329

କନକ ବ୍ୟୁରୋ: ପୁଣି ଚିନ୍ତା ବଢ଼ାଇଲା ସୁନା ଦର । ଭାରତୀୟ ବଜାରରେ ୧୦ ଗ୍ରାମ ସୁନା ଦର ୪୦ ହଜାର ପାଖାପାଖି ପହଞ୍ଚିଛି । ଗତ କିଛି ଦିନ ହୁ ହୁ ହୋଇ ବଢ଼ି ଚାଲିଛି ସୁନାଦର । ଦିଲ୍ଲୀ ସରଫା ବଜାରରେ ଗତକାଲି ଅପରାହ୍ନ ସୁଧା ସୁନା ଦର ୩୯ ହଜାର ପାର କରିଛି । ଚୀନ ଓ ଆମେରିକା ମଧ୍ୟରେ ଜାରି ରହିଥିବା ବ୍ୟବସାୟିକ ଯୁଦ୍ଧ କାରଣରୁ ସୁନାଦର ବୃଦ୍ଧି ପାଇଥିବା ଜଣାପଡ଼ିଛି ।

ଏହି ବାଣିଜ୍ୟ ଯୁଦ୍ଧ ଯୋଗୁଁ ନିବେଶକାରୀମାନେ ଶିଳ୍ପ ଓ ମାନୁଫାକ୍ଟରିଂ କ୍ଷେତ୍ରରେ ପୁଂଜି ଖଟେଇବାକୁ ପସନ୍ଦ କରୁ ନାହାନ୍ତି । ଛୋଟ ଛୋଟ ପୁଞ୍ଜି ନିବେଶକମାନେ ସେୟାର ବଜାରରୁ ଟଙ୍କା ଉଠାଇ ଆଣି ସୁନା ଓ ରୁପାରେ ନିବେଶ କରୁଛନ୍ତି । ସେପଟେ ରୁପା ଦର ମଧ୍ୟ ବୃଦ୍ଧି ହୋଇଛି । ରୁପା କିଲୋଗ୍ରାମକୁ ୧ ଦଶମିକ ୪୮ ପ୍ରତିଶତ ଅର୍ଥାତ ୬୭୦ ଟଙ୍କା ବୃଦ୍ଧି ପାଇ ୪୮ ହଜାର ୨୭୫ ଟଙ୍କା ହୋଇଛି ।