ଆଜି ଓଡିଶା ଗସ୍ତରେ ଆସୁଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ! ବ୍ରହ୍ମପୁର ନିର୍ବାଚନୀ ସଭାରେ ଯୋଗ ଦେବେ ଯୋଗୀ

Advertisment
ମିଶନ ୧୨୦ପ୍ଲସ ଲକ୍ଷ୍ୟରେ ବିଜେପି: ଓଡ଼ିଶାରେ ପ୍ରଚାର ଅଭିଯାନକୁ ଜୋରଦାର କରିବା ପାଇଁ ୬ରେ ଆସିବେ ଯୋଗୀ

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବାରୁ ସରଗରମ ହୋଇଛି ରାଜ୍ୟ ରାଜନୀତି । ବିଭିନ୍ନ ଜାତୀୟ ନେତା ଡେରାପକାଇଛନ୍ତି ଓଡିଶାରେ । ବାରମ୍ବାର ପ୍ରଚାରରେ ଆସି ନିଜ ଦଳ ସପକ୍ଷରେ ଭୋଟ ନେବା ପାଇଁ ଚେଷ୍ଟା କରୁଛନ୍ତି । କହିବାକୁ ଗଲେ ବିଜେପିର ଷ୍ଟାର ପ୍ରଚାରକମାନେ ଘନଘନ ଓଡିଶା ଗସ୍ତରେ ଆସୁଛନ୍ତି । ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ଓଡିଶା ଗସ୍ତରେ ଆସିଛନ୍ତି ।

publive-imageତେବେ ଆଜି ପୁଣି ଥରେ ଓଡିଶା ଗସ୍ତରେ ଆସଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ଯୋଗୀ ବ୍ରହ୍ମପୁରରେ କରିବେ ନିର୍ବାଚନୀ ପ୍ରଚାର । ବ୍ରହ୍ମପୁର ବିବେକ ବିହାରଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗୀ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe