ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ବିଶ୍ୱବ୍ୟାପି ଆୟୋଜିତ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ, ଏପଟେ ମହିଳା ଦିବସରେ ମହିଳାଙ୍କୁ ମୋ ବସରେ ଯୋଗାଇ ଦିଆଯିବ ମାଗଣା ସେବା

340

କନକ ବ୍ୟୁରୋ : ଆଜି ବିଶ୍ୱ ମହିଳା ଦିବସ । ଏହି ଅବସରରେ ସାରା ଦେଶରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଜି ମୋ ବସରେ ଯାତ୍ରା କଲେ ମହିଳାମାନଙ୍କୁ ଦେବାକୁ ପଡିବନି କୌଣସି ଭଡା । ଅର୍ଥାତ ମହିଳାମାନେ ଆଜି ମୋ ବସରେ ମାଗଣାରେ ଯାତ୍ରା କରିପାରିବେ । କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଏହି ଘୋଷଣା କରାଯାଇଛି । କ୍ରୁଟର ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର କହିଛନ୍ତି ଯେ, ଆମେ ସବୁବେଳେ ମହିଳାଙ୍କୁ ପ୍ରାଧାନ୍ୟ ଦେଉଛୁ । ଏବେ ମୋ ବସରେ ୩୦ ପ୍ରତିଶତରୁ ଅଧିକ ମହିଳା ଗାଇଡ୍ ରହିଛନ୍ତି ।

ସେପଟେ ବିଶ୍ୱ ମହିଳା ଦିବସ ଉପଲକ୍ଷେ ଆନ୍ତଃରାଷ୍ଟ୍ରୀୟ ମହିଳା ନ୍ୟୁରୋଲୋଜିଙ୍କୁ ନେଇ ଦୁଇଦିନିଆ ସମ୍ମିଳନୀ ଉଦଘାଟିତ ହୋଇଛି । ଏଥିରେ ଦେଶ ବିଦେଶର ଶତାଧିକ ଡାକ୍ତର ଯୋଗ ଦେବାସହିତ, ଓମେନ ଇନ୍ ନ୍ୟୁରୋଲୋଜି, ନିଉ ଆଣ୍ଡ ଇମରଜିଂ ରିସର୍ଚ୍ଚ ସିମ୍ପୋଜିୟମ ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମରେ ଏମ୍ସ ଭୁବନେଶ୍ୱରର ନିର୍ଦ୍ଦେଶିକା, ଇସ୍ରୋର ହ୍ୟୁମାନ ସ୍ୱେସ ପ୍ରୋଗାମର ନିର୍ଦ୍ଦେଶକ ଡ. ଭି,ଆର ଲଲିତାମ୍ବିକା ପ୍ରମୁଖ ଯୋଗଦେଇଥିଲେ ।