ଆଜି ଆସିପାରେ ପଞ୍ଚମ ପର୍ଯ୍ୟାୟ ଅନଲକ ମାର୍ଗଦର୍ଶିକା । କରୋନା କଟକଣା ଭିତରେ ଦେଶରେ କ’ଣ ଖୋଲିବ କ’ଣ ନାହିଁ ତା ଉପରେ ରହିଛି ନଜର । ଖୋଲିବ କି ସିନେମା ହଲ, ସ୍ୱାଭାବିତ ହେବ ପର୍ଯ୍ୟଟନ ଶିଳ୍ପ ?

258

କନକ ବ୍ୟୁରୋ : ଆଜି ଆସିପାରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ପଞ୍ଚମ ପର୍ଯ୍ୟାୟ ଅନଲକ ନିର୍ଦେଶାବଳୀ  । ଅନଲକ ୫.୦ରେ ଆହୁରି କିଛି କଟକଣା ହଟିପାରେ ବୋଲି ଆକଳନ କରାଯାଉଛି । ଏହି ପର୍ଯ୍ୟାୟ ଅନଲକରେ ଦିଲ୍ଲୀ ସମେତ ଅନ୍ୟ ସହରରେ ମେଟ୍ରୋ ଚଳାଚଳ ପାଇଁ ଅନୁମତି ମିଳିପାରେ । ଏହାଛଡା ଅର୍ଥନୈତିକ କାରବାରରେ ଯେଭଳି କୌଣସି ବାଧା ନହୁଏ ସେନେଇ ପ୍ରଧାନମନ୍ତ୍ରୀ ପୂର୍ବରୁ ସୂଚନା ଦେଇସାରିଛନ୍ତି । ତେଣୁ ଏହାକୁ ଅଧିକ ସରଳ କରିବା ପାଇଁ କିଛି ଘୋଷଣା ହୋଇଛି । 

କଟକଣା ଭିତରେ ସିନେମା ହଲ ଖୋଲିପାରେ ବୋଲି ଆଶା କରାଯାଉଛି । ସାମାଜିକ ଦୂରତା କିଭଳି ରହିପାରିବ ତାକୁ ଗୁରୁତ୍ୱ ଦିଆଯିବ । କୋଭିଡ୍ କଟକଣାରେ ସବୁଠାରୁ ପ୍ରଭାବିତ ହୋଇଥିବା ପର୍ଯ୍ୟଟନ ଶିଳ୍ପରେ କିଛି କୋହଳ ହୋଇପାରେ । ଶିକ୍ଷାନୁଷ୍ଠାନ ଖୋଲିବା ନେଇ ନୂଆ ଗାଇଡ୍ ଲାଇନ୍ ଆସିବା ସମ୍ଭାବନା ରହିଛି । ପୂର୍ବରୁ  ଗତ ସେପ୍ଟେମ୍ବର ୨୧ରୁ ସ୍କୁଲ ଖୋଲିବା ନେଇ କିଛି କୋହଳ ହୋଇସାରିଛି । ୫୦ ପ୍ରତିଶତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ନେଇ ଶିକ୍ଷାନୁଷ୍ଠା ନପରିଚାଳନା କରିବା ପାଇଁ ପୂର୍ବରୁ ଗୃହ ମନ୍ତ୍ରାଳୟ ଗାଇଡ୍ଲାଇନ୍ ଜାରି କରିସାରିଛି । 

ଏପଟେ ଦେଶରେ କୋଭିଡ୍ ସଂକ୍ରମଣ ବଢି ବଢି ଚାଲିଛି । ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨ ଲକ୍ଷ ଟପି ସାରିଛି । କେବଳ ବୁଧବାର ୮୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଗତ ୨୪ ଘଂଟାରେ ୧ ହଜାର ୧୭୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।