ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ସମ୍ବଲପୁରରେ ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେବ ନବାନ୍ନ

153

କନକ ବ୍ୟୁରୋ : ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏଥିପାଇଁ ଚଳଚଂଚଳ ହୋଇଉଠିଛି ସମଗ୍ର ପଶ୍ଚିମ ଓଡିଶା । ସହରରୁ ଗାଁ ଗଣ୍ଡା ସବୁଆଡେ ନୂଆଖାଇର ମାହୋଲ । ରାଜ୍ୟ ବାହାରେ ରହୁଥିବା ଲୋକେ ମଧ୍ୟ ନୂଆଖାଇ ପାଳିବାକୁ ଘରକୁ ଫେରିଛନ୍ତି । ସମ୍ବଲପୁରରେ ମା’ ସମଲେଶ୍ୱରୀଙ୍କ ପାଖରେ ଆଜି ନବାନ୍ନ ଲାଗି ହେବ । ସେହିପରି ପଶ୍ଚିମଓଡିଶାର ଅନ୍ୟ ପ୍ରମୁଖ ଦୈବୀପୀଠ ପାଟଣେଶ୍ୱରୀ , ସୁରେଶ୍ୱରୀ ଓ ଲଙ୍କେଶ୍ୱରୀ ମନ୍ଦିରରେ ଆଜି ନବାନ୍ନ ଲାଗି ହେବ । ଏହା ପରେ ନୂଆ ଚାଉଳ ଏକାଠି ସେବନ କରିବେ ପଶ୍ଚିମ ଓଡିଶାବାସୀ । ଏଥିପାଇଁ ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ସୁବର୍ଣ୍ଣପୁର, ଝାରସୁଗୁଡା ସହ ସମସ୍ତ ପଶ୍ଚିମ ଓଡିଶା ଉତ୍ସବମୁଖର ହୋଇ ଉଠିଛି ।

 

ପୂର୍ବରୁ ଶୁଭ ସମୟ ଧାର୍ଯ୍ୟ କରାଯାଇଛି । ତେବେ ସେହି ସମୟରେ ହିଁ ନୂଆଖାଇ ଉତ୍ସବ ପାଳନ ହେବ । ସାରା ପଶ୍ଚିମ ଓଡିଶାରେ ଲୋକ ଏହି ପର୍ବକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରନ୍ତି । ପ୍ରତ୍ୟେକ ଘର ନୂଆଖାଇରେ ପୂର୍ବରୁ ପ୍ରସ୍ତୁତ କରିଥାଆନ୍ତି । ସାଜସଜ୍ଜା ଓ ଲିଫା ପୋଛା କରି ବନ୍ଧୁବାନ୍ଧବଙ୍କ ସହ ଏକାଠି ହୋଇ ଏହାକୁ ପାଳନ କରନ୍ତି । ତେବେ କହିବାକୁ ଗଲେ ନୂଆଖାଇ ପାଇଁ ସାରା ପଶ୍ଚିମ ଓଡିଶା ଚଳଚଞ୍ଚଳ ହୋଇ ଉଛିଠି ।