ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ମାରିବାର ସମ୍ଭାବନା ଥିବା ନେଇ ଶନିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଏହି ଦୁଇଟି ଜିଲ୍ଲା ମଧ୍ୟରେ କେନ୍ଦୁଝର ଓ ସୁନ୍ଦରଗଡ଼ ରହିଛି। ଗତକାଲି ପୁରୀରେ ୩୩.୨ ଡିଗ୍ରି ସେଲସିୟସ୍ ସର୍ବାଧିକ ତାପମମାତ୍ରା ଥିବା ବେଳେ ଟିଟଲାଗଡ଼ରେ ୨୦.୦ଡିଗ୍ରି ସେଲସିୟସ୍ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।
ଅନ୍ୟପକ୍ଷରେ ଏସଆରସି ବିଷ୍ଣୁପଦ ସେଠୀ ବର୍ଷାକୁ ନେଇ କହିଛନ୍ତି, ଉପରମୁଣ୍ଡରେ ବର୍ଷା କମିଥିବାରୁ ରାଜ୍ୟର ୪ଟି ଜିଲ୍ଲା- ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ କେନ୍ଦୁଝର ବର୍ଷା ପାଇଁ ବିଶେଷ ଭାବେ ପ୍ରଭାବିତ ହେବ ନାହଁ କି ବୈତରଣୀ ଅବବାହିକାରେ ବନ୍ୟାର କୌଣସି ଆଶଙ୍କା ନାହିଁ । ଏପଟେ ବୈତରଣୀ ନଦୀ ଫୁଲିବାରେ ଲାଗିଛି। ଆଖୁଆପଦରେ ବନ୍ୟାଜଳ ବିପଦସଙ୍କେତ ଉପରେ ରହିଥିବା ବେଳେ ଆସନ୍ତା ରବିବାର ସୁଦ୍ଧା ବଡବନ୍ୟା ଆସିପାରେ ବୋଲି ଆଶଙ୍କା ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/thunderstorm-alert-delhi-afp_650x400_71525708585-3.jpg)
/kanak/media/post_attachments/wp-content/uploads/2018/09/rain_news_1536342352_618x347-300x168.jpeg)