ଶ୍ରଦ୍ଧାଳୁଙ୍କ ପାଇଁ ଆଶ୍ୱସ୍ତିର ଖବର: ଆଜି ରଥଟଣାରେ ଭଲ ରହିବ ପାଗ, କେବଳ ଆଭ୍ୟନ୍ତରୀଣ ଓଡିଶାର କିଛି ଅଂଚଳରେ ହୋଇପାରେ ବର୍ଷା

ଶ୍ରଦ୍ଧାଳୁଙ୍କ ପାଇଁ ଆଶ୍ୱସ୍ତିର ଖବର: ଆଜି ରଥଟଣାରେ ଭଲ ରହିବ ପାଗ, କେବଳ ଆଭ୍ୟନ୍ତରୀଣ ଓଡିଶାର କିଛି ଅଂଚଳରେ ହୋଇପାରେ ବର୍ଷା

କନକ ବ୍ୟୁରୋ: ରଥଯାତ୍ରାରେ ସାରା ଓଡ଼ିଶାରେ ଶୁଖିଲା ପାଗ ରହିବ। ଉତ୍ତର ଓ ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହୋଇପାରେ। ବାକି ଓଡ଼ିଶାରେ କୋହଲା ପାଗ ସାଙ୍ଗକୁ ଉପକୂଳରେ ଝିପିଝିପି ବର୍ଷା ହୋଇପାରେ। ତେବେ ଦିନର ତାପମାତ୍ରା ୩୫ ଡିଗ୍ରି ଭିତରେ ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

publive-image

ଆସନ୍ତା ୨ ଦିନ ଯାଏ ଶୁଖିଲା ପାଗ। ଜୁଲାଇ ୬ରୁ ପୁଣିଥରେ ବର୍ଷା ଲେଉଟିବ। ୬ ତାରିଖଠାରୁ ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୭ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର ଓ ଭଦ୍ରକରେ ବର୍ଷାର ସମ୍ଭାବନା ରହିଛି। ମୌସୁମୀ ସକ୍ରିୟ ରହିଥିବାରୁ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

publive-image

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଜୁଲାଇ ୪ରୁ ୧୨ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଉପକୂଳ ଓଡ଼ିଶାରେ ହାଲକା ବର୍ଷା ହୋଇପାରେ। ତେବେ ଜୁଲାଇ ୯ ପର୍ଯ୍ୟନ୍ତ ଓଡ଼ିଶାର ଅନ୍ୟ ସ୍ଥାନଗୁଡ଼ିକ ଶୁଖିଲା ରହିବ। ୧୦ରୁ ୧୨ ତାରିଖ ପର‌୍ୟ୍ୟନ୍ତ ମଧ୍ୟମଧରଣର ବର୍ଷା ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe