ଓଡିଶା ସମେତ ୧୩ଟି ରାଜ୍ୟରେ ଘଡଘଡି ସହ ବର୍ଷା । ପ୍ରବଳ ଝଡତୋଫାନ ସହ କୁଆପଥର ମାଡ ଆଶଙ୍କା

Advertisment
ଓଡିଶା ସମେତ ୧୩ଟି ରାଜ୍ୟରେ ଘଡଘଡି ସହ ବର୍ଷା । ପ୍ରବଳ ଝଡତୋଫାନ ସହ କୁଆପଥର ମାଡ ଆଶଙ୍କା

Source:Skymet

କନକ ବ୍ୟୁରୋ: ଦିଲ୍ଲୀସ୍ଥିତ କେନ୍ଦ୍ରୀୟ ପାଣିପାଗ କାର୍ଯ୍ୟାଳୟର ସତର୍କ ସୂଚନା । ଓଡିଶା ସମେତ ୧୩ଟି ରାଜ୍ୟରେ ହେବ ଘଡଘଡି ସହ ବର୍ଷା । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଝଡବର୍ଷା ସହ କୁଆପଥର ମାଡର ଯଥେଷ୍ଟ ସମ୍ଭାବନା ରହିଛି । ଓଡିଶା, ଉତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ସିକିମ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, କର୍ଣ୍ଣାଟକ ଓ କେରଳରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ସୋମବାର ଜାରି କରାଯାଇଥିବା ଏହି ତାଜା ବୁଲେଟିନରେ ଏସବୁ ରାଜ୍ୟକୁ ସତର୍କ କରାଇ ଦିଆଯାଇଛି । ଗତ ସପ୍ତାହରେ କାଳବୈଶାଖୀ ବର୍ଷା ଓ ଝଡ ତୋଫାନରେ ୫ଟି ରାଜ୍ୟରେ ୧୨୪ ଲୋକଙ୍କ ମୃତ୍ୟୁ ଓ ୩ଶହରୁ ଅଧିକ ଲୋକ ଆହତ ହେବା ପରେ ଭାରତୀୟ ପାଣିପାଗ ବିଭାଗର ଏହି ସତର୍କ ସୂଚନା ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

ଅନ୍ୟପକ୍ଷରେ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ସମେତ ପଶ୍ଚିମ ଓଡ଼ିଶା କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ମଧ୍ୟ ସତର୍କ ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତକାଲି ରାଜ୍ୟ ସର୍ବାଧିକ ତାପମାତ୍ରା ବଲାଙ୍ଗୀରରେ ୪୩.୯ ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇ ଥିବା ବେଳେ ସର୍ବନିମ୍ନ ତାପମାତ୍ର ସୁନ୍ଦରଗଡ଼ରେ ୨୨ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇଥିବା ବେଳେ ଓଡ଼ିଶାର ବାକି ସ୍ଥାନରେ ପାଗ ଶୁଖିଲା ରହଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe