ବାୟୁମଣ୍ଡଳରେ ଜଳୀୟବାଷ୍ପ ପରିମାଣ ଅଧିକ : ରାଜ୍ୟ କିଛି ସ୍ଥାନରେ ଆଜି ଝିପିଝିପି ବର୍ଷା ସମ୍ଭାବନା

ବାୟୁମଣ୍ଡଳରେ ଜଳୀୟବାଷ୍ପ ପରିମାଣ ଅଧିକ : ରାଜ୍ୟ କିଛି ସ୍ଥାନରେ ଆଜି ଝିପିଝିପି ବର୍ଷା ସମ୍ଭାବନା

କନକ ବ୍ୟୁରୋ : ବାୟୁମଣ୍ଡଳରେ ଜଳୀୟବାଷ୍ପର ପ୍ରଭାବରେ ଆଜି ମଧ୍ୟ ବର୍ଷିବ । ଉତର ଓଡିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଝାରସୁଗୁଡା, ମୟୂରଭଂଜ, ସୁନ୍ଦରଗଡ, କେନ୍ଦୁଝର ଓ ଦେବଗଡ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ ।

ପାଣିପାଗ ବିଭାଗର ସୂଚନା ଅନୁସାରେ ଛତିଶଗଡରୁ ଓଡିଶା ଆଡକୁ ମେଘ ମାଡିଆସୁଛି । ଫଳରେ ପାଗ କୋହଲା ରହିବା ସହ ଆକାଶ ମେଘାଚ୍ଛନ୍ନ ରହିବ । ଆଜି ଦିନକ ପାଇଁ ବର୍ଷା ହେବ । ତେବେ ୨୯ ତାରିଖରୁ ଆକାଶ ମେଘ ମୁକ୍ତ ରହିବା ସହ ପାଗ ଶୁଖିଲା ରହିବ ।

ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଢିବ ଥଣ୍ଡା । ୨ ଡିଗ୍ରୀ ଯାଏ ପାରଦ ଖସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଫେବୃଆରୀ ପହିଲାରୁ ଥଣ୍ଡା କମିବା ସହ ଗରମ ଅନୁଭୁତ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe