କନକ ବ୍ୟୁରୋ : ବାୟୁମଣ୍ଡଳରେ ଜଳୀୟବାଷ୍ପର ପ୍ରଭାବରେ ଆଜି ମଧ୍ୟ ବର୍ଷିବ । ଉତର ଓଡିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଝାରସୁଗୁଡା, ମୟୂରଭଂଜ, ସୁନ୍ଦରଗଡ, କେନ୍ଦୁଝର ଓ ଦେବଗଡ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ ।
ପାଣିପାଗ ବିଭାଗର ସୂଚନା ଅନୁସାରେ ଛତିଶଗଡରୁ ଓଡିଶା ଆଡକୁ ମେଘ ମାଡିଆସୁଛି । ଫଳରେ ପାଗ କୋହଲା ରହିବା ସହ ଆକାଶ ମେଘାଚ୍ଛନ୍ନ ରହିବ । ଆଜି ଦିନକ ପାଇଁ ବର୍ଷା ହେବ । ତେବେ ୨୯ ତାରିଖରୁ ଆକାଶ ମେଘ ମୁକ୍ତ ରହିବା ସହ ପାଗ ଶୁଖିଲା ରହିବ ।
ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଢିବ ଥଣ୍ଡା । ୨ ଡିଗ୍ରୀ ଯାଏ ପାରଦ ଖସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଫେବୃଆରୀ ପହିଲାରୁ ଥଣ୍ଡା କମିବା ସହ ଗରମ ଅନୁଭୁତ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/vlcsnap-2017-01-28-11h19m01s053.png)