କନକ ବ୍ୟୁରୋ: ଡରାଉଛି କାଳବୈଶାଖୀ, ସେପଟେ ଜଳୁଛି ପଶ୍ଚିମ ଓଡିଶା । ଉପକୂଳ ସହ ସାରା ଓଡିଶାରେ ଏବେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପଶ୍ଚିମ ଓଡିଶାରେ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିଥିବା ସୂଚନା ମିଳିଛି । ବଲାଙ୍ଗିରରେ ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଡହଡହ ଖରାରେ ସିଝୁଛି ସହରଠୁ ଗାଆଁ । ତେବେ ଖରା ତାତିରେ ସାରା ଓଡିଶା ସିଝୁଥିବା ବେଳେ କାଳବୈଶାଖୀ ଡର ଯୋଗୁ ଲୋକଙ୍କ ମନରେ ଛନକା ପଶିଛି । କାରଣ ଆଜି ସନ୍ଧ୍ୟା ବେଳେ ରହିଛି ଝଡତୋଫାନର ଭୟ ।
ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆଜି ଓ ଆସନ୍ତାକାଲି ଓଡିଶାରେ କାଳବୈଶାଖୀ ଝଡ ଆସିପାରେ । ମୁଖ୍ୟତଃ ଉପକୂଳ ଓଡିଶା ଓ କେନ୍ଦୁଝର-ମୟୂରଭଂଜରେ କାଳବୈଶାଖୀ ସମ୍ଭାବନା ଅଧିକ ରହିଛି ବୋଲି କୁହାଯାଇଛି । ଏହି ସମୟରେ ଘଂଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିପାରେ । ଉପକୂଳ ଜିଲ୍ଲାରେ ତାପମାତ୍ରା ଅଧିକ ରହୁଥିବାରୁ ଓ ସମୁଦ୍ର ପଟରୁ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହିତ ହେଉଥିବାରୁ ଏହା କାଳବୈଶାଖୀ ସୃଷ୍ଟି କରିବାରେ ସହାୟକ ହେବ । ତେବେ ଅପରାହ୍ନ କିମ୍ବା ରାତି ସମୟରେ ଏହା ସୃଷ୍ଟି ହେବାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/03/Screen-shot-2018-03-30-at-6.01.28-PM.png)
/kanak/media/post_attachments/wp-content/uploads/2018/05/heat-wave-300x186.jpg)