କନକ ବ୍ୟୁରୋ: ତାତିରୁ ମିଳୁନି ତ୍ରାହି । ସାରା ରାଜ୍ୟରେ କଲବଲ କରୁଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୪ ଡ଼ିଗ୍ରୀ ଛୁଇଁଲା ତାତି । ବୌଦ୍ଧରେ ୪୪.୩ ଡ଼ିଗ୍ରୀ ପାରଦ ଛୁଇଁଥିବାବେଳେ ବାରିପଦାରେ ୪୪.୨ ଡ଼ିଗ୍ରୀ ସର୍ବୋଚ୍ଚ ଦିନର ତାପମାତ୍ରା ରେକର୍ଡ ହୋଇଛି । ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ମୁତାବକ ୩୨ ସହରରେ ୪୦ ଡ଼ିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ଏହାସହ ୧୦ ସହରରେ ୪୩ ଡ଼ିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ଏପଟେ ରାଜ୍ୟରେ ୨୧ ତାରିଖ ଯାଏଁ ହିଟ୍ ୱେଭ୍ ବା ଗ୍ରୀଷ୍ମ ଲହରୀ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us
/kanak/media/post_attachments/wp-content/uploads/2024/04/WhatsApp-Image-2024-04-11-at-3.40.03-PM-4.jpeg)