କନକ ବ୍ୟୁରୋ : ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ୧୦ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜନ ହେଉଥିବା ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ସୋମବାର ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହାସହ ଉପରାଷ୍ଟ୍ରପତି ଭାରତୀୟ ଯୁବଶକ୍ତି ଟ୍ରଷ୍ଟ ପକ୍ଷରୁ ରେଳ ଭବନ ପ୍ରେକ୍ଷାଳୟରେ ଆୟୋଜନ ହେଉଥିବା ସମ୍ମିଳନୀରେ ମଧ୍ୟ ଯୋଗଦେବେ। ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି ଯେ, ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ ୨୫ପ୍ଲାଟୁନ୍ ଫୋର୍ସ ଏବଂ ୧୦୦ ପୁଲିସ ଅଧିକାରୀ ମୁତୟନ ହେବେ। ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କିନ୍ତୁ କୌଣସି ଛକରେ ଲୋକ ୫ମିନିଟରୁ ଅଧିକ ସମୟ ଅଟକିବେନି।
/kanak/media/post_attachments/wp-content/uploads/2019/04/Naidu-pti-2-620x413-1-1.jpg)
ପୂର୍ବାହ୍ନ ୧୦ଟାରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ୧୦ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେଠାରୁ ପୂର୍ବାହ୍ନ ୧୧ଟାରେ ବାହାରି ରେଳ ସଦନ ପ୍ରେକ୍ଷାଳୟ ଆସିବେ। ଭାରତୀୟ ଯୁବଶକ୍ତି ଟ୍ରଷ୍ଟର ‘ଏମ୍ପାୱାରମେଣ୍ଟ ୟଙ୍ଗ୍ ଗ୍ରାମପ୍ରିନ୍ୟୁରର୍ସ ଟୁ କ୍ରିଏଟ୍ ଜବ୍ସ’ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେବେ। ୧୨ଟା ୩୦ରେ ସେଠାରୁ ବାହାରି ୧୨ଟା ୪୫ରେ ରାଜଭବନରେ ପହଞ୍ଚିବେ। ରାଜଭବନରେ ମଧ୍ୟାହ୍ନ ଭୋଜନ କରି ବିଶ୍ରାମ ନେବେ। ଅପରାହ୍ନ ୫ଟା ୩୦ରେ ବାୟୁ ସେନା ବିମାନରେ ନୂଆଦିଲ୍ଲୀ ଯିବେ ବୋଲି ଜଣାପଡ଼ିଛି।