ସରିଲା ମାଆ ଦୁର୍ଗାଙ୍କ ନବଦିନାତ୍ମକ ପୂଜାର୍ଚ୍ଚନା ।ଧରାପୃଷ୍ଠରୁ ଆଜି ବିଦାୟ ନେବେ ଜଗତଜନନୀ

87

କନକ ବ୍ୟୁରୋ : ଜଗତଜନୀନ ମାଆ ଦୁର୍ଗାଙ୍କ ନବଦିନାତ୍ମକ ପୂଜା ଶେଷ ହୋଇଛି । ଆଜି ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ଭିତରେ ମାଆଙ୍କ ଦଶହରା ପର୍ବ ପାଳିତ ହୋଇଛି । ପୂଜା ପେଣ୍ଡାଲରେ ସର୍ବସାଧାରଣ ଦର୍ଶନ ଉପରେ ପ୍ରତିବନ୍ଧକ ଲାଗିଥିଲା । ଆଜି କୋଭିଡ କଟକଣା ଭିତରେ ମାଆଙ୍କ ମୃଣ୍ମୟୀ ମୂର୍ତି ବିସର୍ଜନ କରାଯିବ ।
ତେବେ ଆଗ ଭଳି ମାଆଙ୍କ ପ୍ରତିମୂର୍ତିକୁ ଶୋଭାଯାତ୍ରାରେ ବିସର୍ଜନ ପାଇଁ ନିଆଯିବ ନାହିଁ । ବାଜା, ନାଚଗୀତ ଦେଖିବାକୁ ମିଳିବ ନାହିଁ । କୋଭିଡ କଟକଣା ଭିତରେ ହାତ ଗଣତି ଲୋକଙ୍କୁ ନେଇ ନିରାଡମ୍ବର ଭାବେ ମୃଣ୍ମୟୀ ମୂର୍ତିର ବିସର୍ଜନ ହେବ । କରୋନା ସଂକ୍ରମଣକୁ ଆଖିରେ ରଖି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ ଲାଇନ ଅନୁସାରେ ସବୁକିଛି ହେବ । ଭୁବନେଶ୍ୱର-କଟକରେ ମାଆଙ୍କ ବିସର୍ଜନ ପାଇଁ କୁଆଖାଇ ନଦୀରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । ବାଲି ଖୋଳି ନଦୀ ପଠାରେ ଅସ୍ଥାୟୀ ପୋଖରୀ ତିଆରି କରଯାଇଛି । ଯେଉଁଠି ମାଆଙ୍କ ପ୍ରତିମୂର୍ତିକୁ ବିସର୍ଜନ କରାଯିବ ।