ଦେଶରେ କେତେ ରହିଛନ୍ତି ବାଘ ? ଆଜି ଆସିବ ରିପୋର୍ଟ ଦେଶ ବିଦେଶନ୍ୟୁଜ୍ By Kanak News Bureau On Jul 29, 2019 - 9:56 AM 137 Share କନକ ବ୍ୟୁରୋ : ଦେଶରେ କେତେ ବାଘ ଅଛନ୍ତି ତାହା ଘୋଷଣା ହେବ। ବିଶ୍ବ ବ୍ୟାଘ୍ର ଦିବସ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବ ଭାରତୀୟ ବାଘ ଗଣନା ରିପୋର୍ଟ-୨୦୧୮କୁ ଉନ୍ମୋଚନ କରିବେ। ୨୦୦୬ରେ ପ୍ରୋଜେକ୍ଟ ଟାଇଗରର ପୁନର୍ଗଠନ ପରେ ଏହା ଚତୁର୍ଥ ରିପୋର୍ଟ। ପ୍ରତି ୪ ବର୍ଷରେ ଥରେ ଦେଶରେ ବ୍ୟାଘ୍ର ଗଣନା ହୋଇଆସୁଛି। ୨୦୧୪ରେ ହୋଇଥିବା ଗଣନାରେ ଦେଶରେ ବାଘଙ୍କ ସଂଖ୍ୟା ୨୨୨୬ ଥିବା ଦର୍ଶାଯାଇଥିଲା। ଏହା ପୂର୍ବରେ ଦେଶରେ ବାଘଙ୍କ ସଂଖ୍ୟା ୨୦୦୬ରେ ୧୪୧୧ ଏବଂ ୨୦୧୦ରେ ୧୭୨୬ ରହିଥିଲା। Kanak News is now on WhatsApp Join and get latest news updates delivered to you via WhatsApp Join Now ତେବେ ଗତ ୪ ବର୍ଷ ମଧ୍ୟରେ ଦେଶରେ ବାଘଙ୍କ ସଂଖ୍ୟା ୧୮ରୁ ୨୦% ବୃଦ୍ଧି ଘଟି ୨୬୦୦ ଟପିବା ନେଇ ଆଶା ରଖାଯାଇଛି। ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ୬୦୦ ବାଘଙ୍କ ସହିତ ପ୍ରଥମ ସ୍ଥାନରେ ରହିବ ବୋଲି ଅନୁମାନ କରାଯାଉଛି। ଏହା ପଛକୁ ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ ରହିପାରନ୍ତି। ସ୍ବତନ୍ତ୍ର ବ୍ୟାଘ୍ର ସୁରକ୍ଷା ବଳର ମୁତୟନ ସହିତ ବାଘ ଶିକାରୀଙ୍କ ସଂଗଠିତ ଅପରାଧକୁ ରୋକିବା ପାଇଁ ପଦକ୍ଷେପ ଆଦି ନିଆଯିବା ଯୋଗୁ ଦେଶରେ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା ରଖାଯାଇଛି। 137 Share FacebookTwitterGoogle+WhatsAppTelegramEmailPrint