ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆଜି ପପୁ ଓ ବିକାଶଙ୍କ ସମତେ ୩ ଜଣଙ୍କର ହେଲା ଲାଏ ଡିଟେକସନ ଟେଷ୍ଟ । ପପୁଙ୍କୁ ୨୫, ବିକାଶଙ୍କୁ ପଚରାଗଲା ୧୫ରୁ ଅଧିକ ପ୍ରଶ୍ନ

345

କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ସହଯୋଗୀ ପପୁ, ବିକାଶ ଓ ଦୀପକଙ୍କ ଲାଇ ଡିଟେକସନ୍ ଟେଷ୍ଟ ସରିଛି । ତେବେ ପପୁଙ୍କୁ ୨୫ ପ୍ରଶ୍ନ ପଚରାଯାଇଥିବା ବେଳେ ବିକାଶଙ୍କୁ ୧୫ଟି ପ୍ରଶ୍ନ ପ୍ରଶ୍ନ କରିଛନ୍ତି ତଦନ୍ତକାରୀ ଅଧିକାରୀ । ବିଶେଷ କରି ଆଦିତ୍ୟଙ୍କ ମୃତ୍ୟୁ ପରେ ବିଦ୍ୟାଶ୍ରୀ ଉଠାଇଥିବା ୭୦ ହଜାର ଟଙ୍କାର ସତ ଖୋଜୁଛି କ୍ରାଇମ୍ବ୍ରାଂଚ । ଆଜି ଏସବୁ ଘଟଣାର ସତ ଜାଣିବା ପାଇଁ ଆଦିତ୍ୟଙ୍କ ବନ୍ଧୁ ପପୁ, ବିକାଶ, ଦୀପକଙ୍କ ଲାଇ ଡିଟେକ୍ଟନ ଟେଷ୍ଟ କରାଯାଇଛି ।

ଭୁବନେଶ୍ୱର ଫରେନସିକ ଲ୍ୟାବରେ ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଛି । ଗତକାଲି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ଲାଇ ଡ଼ିଟେକ୍ସନରେ ବିଦ୍ୟାଶ୍ରୀଙ୍କୁ ୪୦ରୁ ଅଧିକ ପ୍ରଶ୍ନ ପଚରାଯାଇଥିଲା । ବିଦ୍ୟାଶ୍ରୀଙ୍କୁ ୫ ଘଂଟାରୁ ଅଧିକ ସମୟ ଧରି କ୍ରାଇମବ୍ରାଂଚ ପଚରାଉଚରା କରିଥିଲା । ସେପଟେ ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ । ବର୍ତମାନ କ୍ରାଇମ୍ବ୍ରାଂଚ ତଦନ୍ତ କରୁଥିବା ବେଳେ ଏଥିରେ ସନ୍ତୁଷ୍ଟ ନୁହଁନ୍ତି ବିଦ୍ୟାଶ୍ରୀ । ତେଣୁ ସେ ଶାଶୁ ଓ ଶ୍ୱଶୁରଙ୍କ ସହ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।