ଦେଶରେ ଆଜି ୭୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ; ୨୪ ଘଂଟାରେ ଆଉ ୯୨୬ ମୃତ୍ୟୁ, କରୋନାରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭ ହଜାର ପାର୍; ଦେଶରେ ୯ ଲକ୍ଷ ତଳକୁ ଖସିଲା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା

66

କନକ ବ୍ୟୁରୋ : ଗତ ୨୪ ଘଂଟାରେ ଦେଶରେ ୭୩ ହଜାର ୨୭୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ସଂକ୍ରମିତ ସଂଖ୍ୟା ୬୯ ଲକ୍ଷ ୭୯ ହଜାର ୪୨୪ରେ ପହଁଚିଛି । ସେହିପରି ଗତ ୨୪ ଘଂଟାରେ ଦେଶରେ ମୋଟ୍ ୯୨୬ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ୧ ଲକ୍ଷ ୭ ହଜାର ୪୧୬ରେ ପହଁଚିଛି । ବର୍ତମାନ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ତଳକୁ ଖସିଛି ।

ଦେଶରେ ଏବେ ମୋଟ୍ ଆକ୍ଟିଭ୍ ମାମଲା ସଂଖ୍ୟା ୮ ଲକ୍ଷ ୮୩ ହଜାର ୧୮୫ ରହିଛି । ସୁସ୍ଥ ସଂଖ୍ୟା ୫୯ ଲକ୍ଷ ୮୮ ହଜାର ୮୨୩କୁ ବୃଦ୍ଧି ହୋଇଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ମନ୍ତ୍ରାଳୟ ।

 

Comments are closed.