କନକ ବ୍ୟୁରୋ : ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ଆଜି ରାଜ୍ୟରେ ହଜାରେ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୮୫ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୪୩୩ ଜଣ ସ୍ଥାନୀୟ ଅଂଚଳର । ସେହିପରି ୨୪ ଘଂଟାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି ।
ଅନୁଗୁଳ ଜିଲ୍ଲାରୁ ୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୪ ଜଣ, ଭଦ୍ରକରୁ ୨୭ ଜଣ, ବଲାଙ୍ଗୀରରୁ ୬୭ ଜଣ, ବୌଦ୍ଧରୁ ୨ ଜଣ, କଟକରୁ ୭୩ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୨୦ ଜଣ, ଗଜପତିରୁ ୭ ଜଣ, ଗଞ୍ଜାମରୁ ୧୩ ଜଣ, ଜଗତ୍ସିଂହପୁରରୁ ୫୧ ଜଣ, ଯାଜପୁରରୁ ୩୯ ଜଣ, ଝାରସୁଗୁଡ଼ାରୁ ୨୭ ଜଣ, କଳାହାଣ୍ଡିରୁ ୪୩ ଜଣ, କନ୍ଧମାଳରୁ ୧୯ ଜଣ, କେନ୍ଦ୍ରାପଡ଼ାରୁ ୩୮ ଜଣ, କେନ୍ଦୁଝରରୁ ୩୫ ଜଣ, ଖୋର୍ଦ୍ଧାରୁ ୮୩ ଜଣ, କୋରାପୁଟରୁ ୧୨ ଜଣ, ମାଲକାନଗିରିରୁ ୩ ଜଣ, ମୟୂରଭଞ୍ଜରୁ ୮୬ ଜଣ, ନବରଙ୍ଗପୁରରୁ ୧୭ ଜଣ, ନୟାଗଡ଼ରୁ ୧୦ ଜଣ, ନୂଆପଡ଼ାରୁ ୪୧ ଜଣ, ପୁରୀରୁ ୩୮ ଜଣ, ସମ୍ବଲପୁରରୁ ୪୬ ଜଣ, ସୋନପୁରରୁ ୮ ଜଣ, ସୁନ୍ଦରଗଡ଼ରୁ ୯୪ ଜଣ ଓ ଷ୍ଟେଟ୍ପୋଲ୍ରୁ ୧୭ ଜଣ ଚିହ୍ନଟ ହୋଇଛନ୍ତି ।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଲକ୍ଷ ୭ ହଜାର ୪ରେ ପହଚିଂଛି । ସୁସ୍ଥ ହୋଇଛନ୍ତି ୨୯ ଲକ୍ଷ ୩ ହଜାର ୭୪୧ ଜଣ । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତ ଅଛନ୍ତି ୧୧ ହଜାର ୭୧୫ ଜଣ । ଗତ ୨୪ ଘଂଟା ମଧ୍ୟରେ ୧୨ ଶହ ୬୪ ଜଣ ସୁସ୍ଥ ହୋଇଛନ୍ତି । ଗୁୁରୁତ୍ୱପୂର୍ଣ୍ଣ କଥା ହେଉଛି ,ରାଜ୍ୟର କୌଣସି ଜିଲ୍ଲାରେ ଗତ ୨୪ ଘଂଟାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/16-11.jpg)