ଆଜି ସୁପ୍ରିମକୋର୍ଟ ହେବ ଦିଲ୍ଲୀ ଜାହାଙ୍ଗୀରପୁରୀ ଜବରଦଖଲ ଉଚ୍ଛେଦ ଘଟଣାର ଶୁଣାଣି । ଘଟଣାକୁ ନେଇ ଲାଗିରହିଛି ଉତେଜନା

76

କନକ ବ୍ୟୁରୋ : ଦିଲ୍ଲୀ ଜାହାଙ୍ଗୀରପୁରୀରେ ଜବରଦଖଲ ଉଚ୍ଛେଦ ଉପରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ଅବୈଧ ଘର, ଦୋକନ ବଜାର ଆଦି ଭଙ୍ଗାଯାଉଥିବା ବେଳେ ଗତକାଲି ସୁପ୍ରିମକୋର୍ଟ ଏହି ଉଚ୍ଛେଦ ଉପରେ ରୋକ୍ ଲଗାଇଛନ୍ତି । ଦିଲ୍ଲୀରେ ପ୍ରଶାସନ ବୁଲଡୋଜର ବୁଲାଇବା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି ସନ୍ଦେହ କରାଯାଉଛି । କିନ୍ତୁ ମେୟର କହିଛନ୍ତି ବେଆଇନ ଘରକୁ ଉଚ୍ଛେଦ କରିବା ଏକ ନିୟମିତ ପ୍ରକ୍ରିୟା ।
ସୂଚନା ମୁତାବକ ଶନିବାର ଏହି ସ୍ଥାନରେ ହନୁମାନ ଜୟନ୍ତୀ ଅବସରରେ ଧାର୍ମିକ ଶୋଭାଯାତ୍ରା ହୋଇଥିଲା । ଏହି ସମୟରେ ଢେଲା ପଥର ମାଡ ହୋଇଥିଲା । ଏଥିରେ ଅନେକ ପୁଲିସ କର୍ମୀ ଏବଂ ସାଧାରଣ ଲୋକେ ଆହତ ହୋଇଥିଲେ । ଏହାକୁ ନେଇ ରାଜନୀତି ସରଗରମ ରହିଛି । ଏହାରି ଭିତରେ ଜବରଦଖଲ ନିର୍ମାଣକୁ ଦିଲ୍ଲୀ ମହାନଗର ନିଗମର ମେୟର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ । ସକାଳୁ ସକାଳୁ ୯ଟି ବୁଲଡୋଜର ଆସି ସମସ୍ତ ବେଆଇନ ଘରକୁ ଭାଙ୍ଗୁଥିଲା । ମାମଲା କୋର୍ଟରେ ପହଂଚିବା ପରେ ଶୁଣାଣି କରି ସୁପ୍ରିମକୋର୍ଟ ଉଚ୍ଛେଦ ଉପରେ ରୋକ୍ ଲଗାଇଛନ୍ତି । ଜବରଦଖଲ ଉଚ୍ଛେଦ ହେଉଥିବା ବେଳେ ସ୍ଥାନରେ ପହଂଚି ଏହାର ବିରୋଧ କରିଥିଲେ ସିପିଆଇଏମ ନେତା । ସେପଟେ ଏହି ଘଟଣାକୁ ନେଇ ଟ୍ୱିଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହା ଭାରତର ଗଣତାନ୍ତ୍ରିକ ମୂଲ୍ୟକୁ ଧ୍ୱସଂ କରାଯାଉଛି ବୋଲି ଲେଖିଛନ୍ତି ରାହୁଲ । ଅପରପକ୍ଷରେ ଏହି ଘଟଣାକୁ ନେଇ ରାଜନୀତି ବଢିବାରେ ଲାଗିଛି ।