ଆଜି ଅପରାହ୍ନରେ ବିଜେପିର ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ବାଛିବେ ନବ ନିର୍ବାଚିତ ବିଧାୟକ ।

ବୈଠକରେ ରହିବେ କେନ୍ଦ୍ରୀୟ ନେତା ରାଜନାଥ ସିଂ ଓ ଭୂପିନ୍ଦର ଯାଦବ

210

କନକ ବ୍ୟୁରୋ: ଓଡିଶାରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ସମୟ ଗଡୁଛି, ସସପେନ୍ସ ବଢୁଛି । ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଅନେକ ଚର୍ଚ୍ଚା ବି କରାଯାଉଛି । ନିର୍ବାଚନ ଫଳାଫଳ ଘୋଷଣାର ଗୋଟିଏ ସପ୍ତାହ ହୋଇଥିଲେ ବି କିଏ ମୁଖ୍ୟମନ୍ତ୍ରୀ ହେବେ ଏଯାଏଁ କାହାରିକୁ ଜଣାନାହିଁ । କେବଳ ବିଜେପି ନେତା ଓ କର୍ମୀ ନୁହଁନ୍ତି । ସାରା ରାଜ୍ୟବାସୀ ଚାହିଁ ବସିଛନ୍ତି ଏ ବିଷୟରେ ଜାଣିବା ପାଇଁ ।

ଆଜି ବିଜେପିର ବିଧାୟକ ଦଳ ବୈଠକ ବସିବ ଏବଂ ବୈଠକରେ ସର୍ବସମ୍ମତି କ୍ରମେ ମୁଖ୍ୟମନ୍ତ୍ରୀ ଚୟନ କରାଯିବ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ ବୋଲି ସୂଚନା ମିଳିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ, କୁଚିଣ୍ଡା ବିଧାୟକ ରବି ନାୟକ । ସେହିପରି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଓ କେନ୍ଦୁଝର ବିଧାୟକ ମୋହନ ମାଝୀ, ବିଧାୟକ କନକ ବର୍ଦ୍ଧନ ସିଂଦେଓଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ଅନ୍ୟପଟେ ଚର୍ଚ୍ଚା ହେଉଛି ଦୁଇ ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିପାରେ ବିଜେପି । ତେବେ ରେସରେ ଅନେକ ନାଁ ରହିଥିବାବେଳେ, କେଉଁଥିରେ ବାଜିବ ମୋହର ତାହା ଉପରେ ସମସ୍ତଙ୍କ ନଜର ।