ଆଜି ୧୭ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ : ନିବେଶ ହେବ ୯୯୯ କୋଟି ୯୯ ଲକ୍ଷ ଟଙ୍କା;୨୩୮୭ ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ

219

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ଫାଇଭି ଟି ଯୋଜନାର ସଫଳ ରୂପାୟନରେ ଯୋଡ଼ି ହୋଯାଇଛି ଆଉ ଏକ ଫର୍ଦ୍ଦ । ଏବେ ଓଡ଼ିଶା ନିଯୁକ୍ତି ଓ ନିବେଶକଙ୍କ ପାଇଁ ଏକ ଉତମ ବିକଳ୍ପ ସାଜିଛି । ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ୧୧ଟି ଜିଲ୍ଲାରେ ୧୭ଟି ନୂଆ ଶିଳ୍ପଭିତିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ପ୍ରାୟ ୯୯୯ କୋଟି ୯୯ ଲକ୍ଷ ଟଙ୍କାର ନିବେଶ ସହ ୨ହଜାର ୩୮୭ ଜଣଙ୍କୁ ମିଳିବ ନିଯୁକ୍ତି ସୁଯୋଗ ।

ବରଗଡ଼, ବାଲେଶ୍ୱର, ଖୋର୍ଦ୍ଧା ଓ ଗଂଜାମର ବିଭିନ୍ନ ସ୍ଥାନରେ କିଛିି ପ୍ରକଳ୍ପ ଉଦଘାଟନ ହେବା କାର୍ଯ୍ୟକ୍ରମ ରହିଛି । ଏହା ସହ ଗଜପତି, କଟକ, ବାଲେଶ୍ୱର, ଜଗତସିଂହପୁର, ସୁନ୍ଦରଗଡ଼, ମୟୂରଭଂଜ ଓ ଯାଜପୁର ଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ହେବାର କାର୍ଯ୍ୟକ୍ରମ ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ନିବେଶକଙ୍କୁ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ ସ୍ଥାପନ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି ।