କନକ ବ୍ୟୁରୋ: ଟକମକ ଫୁଟୁଛି ସାରା ଓଡିଶା । ଅଣନିଶ୍ୱାସୀ କରିପକାଉଛି ଅସହ୍ୟ ତାତି । ଦିନର ଗରମ ଏତେ ହେଉଛି ଯେ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି । ଗ୍ରୀଷ୍ମପ୍ରବାହ ଏତେ ଭୟଙ୍କର ହେଉଛି ଯେ ସକାଳ ୯ଟାରୁ ଏହାର ପ୍ରଭାବ ପଡିବା ଆରମ୍ଭ କରିଦେଉଛି । ଆଉ ମୁଣ୍ଡ ଉପରକୁ ଖରା ଗଲା ବେଳକୁ ଲୋକେ ଛାଇ ଖୋଜିବା ଆରମ୍ଭ କରିଦେଉଛନ୍ତି । ଗୁଳୁଗୁଳି ଓ ଗରମ ପାଇଁ ରାସ୍ତାଘାଟରେ ଯାତାୟତ ବି ଅସମ୍ଭବ ହୋଇପଡୁଛି । ରାଜ୍ୟର ସବୁ ସହରରେ ପାରଦ ଉପରେ ରହୁଥିବା ବେଳେ ଆଜି ୭ ସହରରେ ପାରଦ ୪୦ ଡେଇଁଛି ।
ଆଭ୍ୟନ୍ତରୀଣ ଓଡ଼ିଶାର ୭ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ଏବଂ ତା ଠାରୁ ଅଧିକ ରେକର୍ଡ କରାଯାଇଛି । ୪୧ ଡ଼ିଗ୍ରୀ ତାତି ସହ ବଲାଙ୍ଗୀର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଅନୁଗୁଳ ୪୦.୧, ବାରିପଦା- ୪୦.୮, ତାଳଚେର- ୪୦.୨, ଟିଟଲାଗଡ- ୪୦.୫, ସୋନପୁର- ୪୦.୧ ଏବଂ ବୌଦ୍ଧ- ୪୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱର ୩୭.୨ ଡ଼ିଗ୍ରୀ ଏବଂ କଟକରେ ୩୭ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ତେବେ ଆଗାମୀ ୨ ଦିନ ପରେ ୨ରୁ ୩ ଡ଼ିଗ୍ରୀ ବଢିପାରେ ଦିନର ତାପମାତ୍ରା । ୩୧ ମାର୍ଚ୍ଚ ଏବଂ ୧ ଅପ୍ରେଲରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ଦେଖନ୍ତୁ କେଉଁ ସହରର ତାପମାତ୍ରା କେତେ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/03/24-32.jpg)
/kanak/media/post_attachments/wp-content/uploads/2022/03/RAMA-BHAI.jpg)