କନକ ବ୍ୟୁରୋ: ଅକ୍ଟୋବର ୧୧ ରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରାଯିବ । ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ଲିଙ୍ଗଡୋ କମିସନଙ୍କ ନିୟମ ଅନୁଯାୟୀ ପ୍ରାର୍ଥୀ ପତ୍ର ଦାଖଲ କରାଯିବ । ପ୍ରାର୍ଥୀପତ୍ର ଦାଖଲ ବେଳେ ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ନିର୍ବାଚନ ହେବାକୁ ଥିବା ୬ଟି ବିଶ୍ୱବିଦ୍ୟାଳୟ ଓ ୨୮୩ଟି କଲେଜରେ ପୁଲିସ ଫୋର୍ସ ମୁତୟନ ହେବେ । ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

publive-image

ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ଏହାପରେ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ସେଗୁଡ଼ିକୁ ଯାଞ୍ଚ କରାଯିବ। ଅକ୍ଟୋବର ୪ ପୂର୍ବାହ୍ନ ୧୧ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ସେହିଦିନ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ଆଶାୟୀ ପାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ଅପରାହ୍ନ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ନିର୍ବାଚନ ହେବାକୁ ଥିବା କ୍ୟାମ୍ପସରେ ୧୦ ତାରିଖରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ହେବ। ୧୧ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ। ଅପରାହ୍ନ ୨ଟାରୁ ଭୋଟଗଣତି ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ଫଳ ପ୍ରକାଶ ପାଇବ। ୧୨ ତାରିଖ ପୂର୍ବାହ୍ନ ୧୧ଟାରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଲିଙ୍ଗଡୋ କମିସନଙ୍କ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପ୍ରାର୍ଥୀଙ୍କୁ କୁହାଯାଇଛି।

publive-image

ଯଦି କୌଣସି ପ୍ରାର୍ଥୀ କମିସନଙ୍କ ନିୟମ ଉଲ୍ଲ˚ଘନ କରନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରାର୍ଥୀ ହେବା ଲାଗି ସ୍ନାତକ ଛାତ୍ରଛାତ୍ରୀଙ୍କ ବୟସ ୧୫ରୁ ୨୨ ବର୍ଷ ମଧ୍ୟରେ ହୋଇଥିବ। ପିଜି ଛାତ୍ରଛାତ୍ରୀଙ୍କ ପାଇଁ ସର୍ବାଧିକ ବୟସ ସୀମା ୨୫ ବର୍ଷ ରଖାଯାଇଛି। ପ୍ରାର୍ଥୀ ହେବା ଲାଗି କ୍ଲାସରେ ୭୫ ପ୍ରତିଶତ ଉପସ୍ଥାନ ରହିଥିବା ଆବଶ୍ୟକ। ଅଫିସିଆଲ୍ ପଦବି ଲାଗି ଜଣେ ପ୍ରାର୍ଥୀ ଥରେ ଏବ˚ କାର‌୍ୟ୍ୟନିର୍ବାହୀ ପଦବି ଲାଗି ଦୁଇ ଥର ପ୍ରତିଦ୍ବନ୍ଦ୍ବିତା କରିପାରିବେ।

publive-image

କଲେଜ/ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ରେଗୁଲାର ଛାତ୍ରଛାତ୍ରୀ ହିଁ ପ୍ରାର୍ଥୀ ହେବେ। ଜଣେ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ଖର୍ଚ୍ଚ କରିବେ। କୌଣସି ରାଜନୈତିକ ଦଳରୁ ପ୍ରାର୍ଥୀ ହୋଇପାରିବେ ନାହିଁ। ପ୍ରଚାର ସମୟରେ ପ୍ରାର୍ଥୀମାନେ ପ୍ରିଣ୍ଟିଂ ପୋଷ୍ଟର, ବ୍ୟାନର ବ୍ୟବହାର କରିବେନି। କେବଳ ହାତ ତିଆରି ପୋଷ୍ଟର ବ୍ୟବହାର କରିବେ। ବ୍ୟାନର ଲଗାଇବା ଲାଗି କଲେଜ କର୍ତ୍ତୃପକ୍ଷ ଏକ ନିର୍ଦିଷ୍ଟ ସ୍ଥାନ ଚିହ୍ନଟ କରିେବ। ପ୍ରଚାର ସମୟରେ ପ୍ରାର୍ଥୀମାନେ ଡାକବାଜି ଯନ୍ତ୍ର, ଗାଡ଼ି ଏବ˚ ଜୀବଜନ୍ତୁଙ୍କୁ ବ୍ୟବହାର କରିପାରିବେ ନାହିଁ। ନିର୍ବାଚନ ଦିନ କ୍ୟାମ୍ପସଠାରୁ ୧୦୦ ମିଟର ମଧ୍ୟରେ ପ୍ରାର୍ଥୀଙ୍କ ପ୍ରଚାର ଉପରେ ରୋକ ଲଗାଯାଇଛି। ନିର୍ବାଚନ ପ୍ରକ୍ରିୟା ଚାଲିଥିବା ସମୟରେ ଶାନ୍ତିଶୃଙ୍ଖଳା ରଖିବା ଦିଗରେ ପ୍ରାର୍ଥୀମାନେ ସହଯୋଗ କରିବାକୁ କୁହାଯାଇଛି।