ଆଜି ରାଜ୍ୟ କ୍ୟାବିନେଟ୍ ! ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ,୬ଟି ପ୍ରସ୍ତାବ ଆଗତ ହେବା ସମ୍ଭାବନା

Advertisment
ଆଜି ରାଜ୍ୟ କ୍ୟାବିନେଟ୍ ! ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ,୬ଟି ପ୍ରସ୍ତାବ ଆଗତ ହେବା ସମ୍ଭାବନା

source: http://kalingatv.com

କନକ ବ୍ୟୁରୋ: ଆଜି ବସିବ ରାଜ୍ୟ କ୍ୟାବିନେଟ୍ । ସନ୍ଧ୍ୟା ପ୍ରାୟ ୬ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏହି ବୈଠକ ବସିବ । ବୈଠକରେ ୬ଟି ପ୍ରସ୍ତାବ ଆଗତ ହେବା ସମ୍ଭାବନା ରହିଛି । ଶକ୍ତି , ଜଙ୍ଗଲ ଓ ପରିବେଶ, ନଗର ଉନ୍ନୟନ, ରାଜସ୍ୱ ଏବଂ ମହିଳା ଓ ଶିଶୁବିକାଶ ବିଭାଗର ଏହି ପ୍ରସ୍ତାବ ଗୁଡିକ ରହିଛି । ସେହିପରି ଆସନ୍ତାକାଲି ବସିବ ମନ୍ତ୍ରୀ ପରିଷଦ ବୈଠକ ।

ରାଜ୍ୟରେ ୪୭୩ଟି ୩୩/୧୧ କେଭି ସବ୍ ଷ୍ଟେସନ୍ ନିର୍ମାଣ ପାଇଁ ପୂର୍ବରୁ ୨୬୦୦ କୋଟି ଅଟକଳ କରାଯାଇଥିଲା । ଏବେ ପ୍ରକଳ୍ପର ବ୍ୟୟ ଅଟକଳକୁ ସଂଶୋଧନ କରାଯାଇ ୩୮୪୩ କୋଟି କରାଯିବ । କ୍ୟାବିନେଟ୍ ବୈଠକରେ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଆଗତ ହେବ । ସେହିପରି ବନ୍ୟଜନ୍ତୁ ଆକ୍ରମଣାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ରାଶି ବଢ଼ାଯିବା ପାଇଁ ଯୋଜନା ରହିଛି । ଏଥି ପାଇଁ ଓ୍ଵାଇଲ୍ଡ୍ ଲାଇଫ୍(ପ୍ରୋଟେକ୍ସନ୍) (ଓଡ଼ିଶା) ରୁଲ୍,୧୯୭୪ରେ ସଂଶୋଧନ ନେଇ ଏକ ପ୍ରସ୍ତାବ କ୍ୟାବିନେଟରେ ଆଗତ ହେବ।

ଅନ୍ୟ ପ୍ରସ୍ତାବଗୁଡ଼ିକ ମଧ୍ୟରେ ରହିଛି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ଟେଣ୍ଡର୍ ମଞ୍ଜୁରୀ, ଓଡ଼ିଶା ରେଭେନ୍ୟୁ ସର୍ଭିସ୍(ରିକ୍ରୁଟମେଣ୍ଟ୍) ରୁଲ୍,୨୦୧୧ରେ ସଂଶୋଧନ, ଓଡ଼ିଶା ସୋସିଆଲ୍ ୱେଲଫେୟାର ସର୍ଭିସ୍ ଗ୍ରୁପ୍-ବି ସଂଶୋଧନ ରୁଲ୍ସ୍, ୨୦୧୭ । ଏହା ସହ ପଞ୍ଚଦଶ ଓଡ଼ିଶା ବିଧାନସଭାର ଏକାଦଶ ଅଧିବେଶନର ଆହୂତ ନିମନ୍ତେ ପ୍ରସ୍ତାବ ଗୃହୀତ ହେ ବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe