ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ । ୧୨ଟି ପ୍ରସ୍ତାବରେ ବାଜିପାରେ ମୋହର

ଭୂବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ଉନ୍ନତିକରଣ ପ୍ରସ୍ତାବରେ ଲାଗିପାରେ ମୋହର

444

କନକ ବ୍ୟୁରୋ: ଆଜି ବସିବ କ୍ୟାବିନେଟର ଗୁରୁତ୍ୱପୁର୍ଣ୍ଣ ବୈଠକ । ଲୋକସେବା ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ । ବୈଠକରେ ୧୨ଟି ପ୍ରସ୍ତାବ ଉପରେ ଅନୁମୋଦନ ଆସିପାରେ । ସୁଚନା ଅନୁସାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଅର୍ଥ, ନଗର ଉନ୍ନୟନ, ସମାବାୟ, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରସ୍ତାବ ରହିଛି । ବିଶେଷ କରି ୧୬୦ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ଉନ୍ନତୀକରଣ ନେଇ ପ୍ରସ୍ତାବ ଅନୁମୋଦନ ଲାଭ କରିପାରେ ।

ଆଜି ଲୋକସଭା ଭବନରେ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ । ୧୬୦ କୋଟି ଟଙ୍କା ବ୍ୟୟରେ ବରମୁଣ୍ଡା ବସଷ୍ଟାଣ୍ଡର ଆଧୁନିକୀକରଣ ପ୍ରସ୍ତାବକୁ ବୈଠକରେ ଅନୁମୋଦନ ମିଳିବା ନେଇ ସୂଚନା ମିଳିଛି । ଏହାବ୍ୟତୀତ ଖାଦ୍ୟ ଏବଂ ଯୋଗାଣ ବିଭାଗ ସହ ଆଉ କିଛି ପ୍ରସ୍ତାବରେ ମୋହର ବାଜିବା ନେଇ ସୂଚନା ମିଳିଛି ।