ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତା ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ ବୈଠକ: ସ୍ୱାସ୍ଥ୍ୟ, ପଂଚାୟତ ଓ ରାଜସ୍ୱ ଭଳି ବିଭାଗକୁ ମିଶାଇ ୧୮ଟି ପ୍ରସ୍ତାବ ଆସିବାର ସଂଭାବନା

ନବୀନ ନିବାସରୁ ଭିଡିଓ କନ୍ଫରେନ୍ସସିଂ ଜରିଆରେ ବୈଠକରେ ରହିବେ ମୁଖ୍ୟମନ୍ତ୍ରୀ

322

କନକ ବ୍ୟୁରୋ: ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ସନ୍ଧ୍ୟା ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ରାଜ୍ୟ କ୍ୟାବିନେଟ୍ ବୈଠକର ବୈଠକ ବସିବ । ବିଶ୍ୱସ୍ତ ସୂତରୁ ମିଳିଥିବା ସୂଚନା ଅନୁସାରେ କ୍ୟାବିନେଟ୍ରେ ପଂଚାୟତିରାଜ୍, ସ୍ୱାସ୍ଥ୍ୟ, ପଂଚାୟତ ଓ ରାଜସ୍ୱ ଭଳି ବିଭାଗ ସମେତ ଅନ୍ୟ ବିଭାଗକୁ ମିଶାଇ ୧୮ଟି ପ୍ରସ୍ତାବ ଆସିବାର ସଂଭାବନା ରହିଛି ।

କୋଭିଡ ମହାମାରୀ ପାଇଁ ଭିଡିଓ ଭିଡିଓ କନ୍ଫରେନ୍ସସିଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ରହିବେ । ସେହିପରି ଭୁବନେଶ୍ୱରରେ ଥିବା ମନ୍ତ୍ରୀମାନେ ଲୋକସେଭା ଭବନର ତୃତୀୟ ମହଲାରେ ଥିବା ଭିଡିଓ କନଫେରେନ୍ସିଂ ହଲରୁ ସାମିଲ ହେବେ । ଜିଲ୍ଲାରେ ଥିବା ବାକି ମନ୍ତ୍ରୀମାନେ ସଂପୃକ୍ତ, ଜିଲ୍ଲାପାଳଙ୍କ ସମ୍ମିଳନୀ ପକ୍ଷରୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଯୋଗଦେବା ପାଇଁ ବ୍ୟବସ୍ଥା କରାଯାଇଛି ।