ଆଜି ବସୁଛି ରାଜ୍ୟ କ୍ୟାବିନେଟ: ଦିନ ସାଢେ ଗୋଟାଏରେ ଲୋକସେବା ଭବନରେ ବସିବ ବୈଠକ; ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବାର ସମ୍ଭାବନା

Advertisment
ଆଜି ବସୁଛି ରାଜ୍ୟ କ୍ୟାବିନେଟ: ଦିନ ସାଢେ ଗୋଟାଏରେ ଲୋକସେବା ଭବନରେ ବସିବ ବୈଠକ; ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବାର ସମ୍ଭାବନା

କନକ ବ୍ୟୁରୋ: ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ  । ଦିନ ୧ଟା ୩୦ରେ ଲୋକସେବା ଭବନରେ ଏହି ବୈଠକ ବସିବ  । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି  । କେଉଁ ପ୍ରସଙ୍ଗରେ ଆଲୋଚନା ହେବ ଜଣାପଡ଼ି ନାହିଁ  । ତେବେ ପର୍ଯ୍ୟଟନ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର କିଛି ଗୁରୁତ୍ୱୂପୂର୍ଣ୍ଣ ନିଷ୍ପତି ଆସିପାରେ  ।

ସଟ୍‌ଡାଉନ୍‌ରେ ସବୁ ସରକାରୀ ଅଫିସ୍‌ ବନ୍ଦ ଥିବା ବେଳେ ରବିବାର ଦିନ ସାଢ଼େ ଗୋଟାଏରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ କ୍ୟାବିନେଟ୍‌ ବୈଠକ। କ୍ୟାବିନେଟ୍‌ ଏଜେଣ୍ଡା କୌଣସି ମନ୍ତ୍ରୀଙ୍କୁ ଦିଆଯାଇନଥିଲେ ବି ଗୋଟିଏରୁ ଦୁଇଟା ପ୍ରସ୍ତାବ ଆସିବା ସମ୍ଭାବନା ରହିଛି। ମିଳିଥିବା ସୂଚନା ଅନୁଯାୟୀ, ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର କେତୋଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe