ପୁରୀ ଓ ଖୋର୍ଦ୍ଧାରେ ଜୋରସୋରରେ ଚାଲିଛି ବିଦ୍ୟୁତ ପାଇଁ କସରତ । ଆଜି ରାଜଧାନୀର ଆଉ ୨୫ ପ୍ରତିଶତ ଲୋକଙ୍କ ଘରେ ଜଳିବ ବିଜୁଳି

ପୁରୀ ଓ ଭୁବନେଶ୍ୱରରେ ଯୁଦ୍ଧକାଳୀନ ଭିତିରେ ଚାଲିଛି ଗଛ କଟା ଓ ବିଦ୍ୟୁତ୍ ସଜଡା କାମ

450

କନକ ବ୍ୟୁରୋ : ପୁରୀ ଓ ଭୁବନେଶ୍ୱରରେ ଯୁଦ୍ଧକାଳୀନ ଭିତିରେ ଚାଲିଛି ଗଛ କଟା ଓ ବିଦ୍ୟୁତ୍ ସଜଡା କାମ । ଭୁବନେଶ୍ୱରରେ ଗତକାଲି ୫ଟି ଫିଡରକୁ ସଂଯୋଗ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଶକ୍ତି ସଚିବ ହେମନ୍ତ ଶର୍ମା । ଆଜି ଆଉ ୫ଟି ଫିଡର ସ୍ୱାଭାବିକ ହେବ । ସହିଦ ନଗର, ୟୁନିଟ୍-୬, ଗ୍ରୀଡ୍ କଲୋନୀ, ୟୁନିଟ୍ ୮, ବରଗଡ ବ୍ରିଟ୍ କଲୋନୀରେ ଫିଡର ଚାର୍ଜ ହୋଇଛି ।

ଗତକାଲି ୧୦ ପ୍ରତିଶତ ଲୋକଙ୍କ ନିକଟରେ ବିଜୁଳି ପଂହଚିଛି । ଆଜି ୨୫ ପ୍ରତିଶତ ଅଂଚଳରେ ଏହି ସେବା ପହଁଚିବ । ଅଗ୍ନିଶମ ବିଭାଗର ୨୬୩ଟି ଟିମ୍ ଗଛକଟା କାମରେ ଲାଗିଛନ୍ତି । ଭୁବନେଶ୍ୱର ସହରରେ ୬୦ ପ୍ରତିଶତ ଅଂଚଳକୁ ଜଳ ଯୋଗାଣ ସମ୍ଭବ ହୋଇପାରିଥିବା ଶକ୍ତି ସଚିବ ସୂଚନା ଦେଇଛନ୍ତି । ସେପଟେ କେନ୍ଦ୍ରାପଡା ଜିଲ୍ଲାରେ ୭୫ ପ୍ରତିଶତ ଏବଂ ଜଗତସିଂହପୁରରେ ୫୦ ପ୍ରତିଶତ ବିଦ୍ୟୁତ୍ ସେବା ସମ୍ପୂର୍ଣ୍ଣ ହୋଇଥିବା ସେ ସୂଚନା ଦେଇଛନ୍ତି ।