ଆଜିଠାରୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଉଠିପାରେ ଧାନ ମଣ୍ଡି ଓ ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ପ୍ରସଙ୍ଗ , ସରକାରଙ୍କୁ ଘେରିବେ ବିରୋଧୀ

ବିଧାନସଭାରେ ପାରିତ ହେଲା ସଂକ୍ରାମକ ରୋଗ ବିଲ ୨୦୨୦। ବିରୋଧୀଙ୍କ ବିରୋଧ ସତ୍ୱେ ହେଲା ପାରିତ। କୋଭିଡ ନିୟମ ଉଲଂଘନ କଲେ ୧ଲକ୍ଷ ଟଙ୍କା ଜରିମାନା ଓ ୨ ବର୍ଷ ପର୍ଯ୍ୟନ୍ତ ଜେଲ ବ୍ୟବସ୍ଥା ।

କନକ ବ୍ୟୁରୋ: ଆଜିଠାରୁ ପୁଣି ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ବିଧାନସଭା ଲାଗି ଉଭୟ ଶାସକ ଓ ବିରୋଧୀ ପ୍ରସ୍ତୁତ ଥିବା ସୂଚନା ମିଳିଛି । ଆଜି ଗୃହରେ ମଣ୍ଡିରୁ ଧାନ ଉଠୁନଥିବା ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ସଜବାଜ ହେଉଥିବା ଆଭାସ ମିଳୁଛି । କେବଳ ଧାନ କଥା ନୁହେଁ ବରଂ ଗୃହକୁ ୟେସ ବ୍ୟାଙ୍କ ପ୍ରସଙ୍ଗ ବି ସରଗରମ କରିବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । କିଛିଦିନ ହେବ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ଯେମିତି ଭାବରେ ବିରୋଧୀମାନେ ବର୍ଷୁଛନ୍ତି ତାହା ସ୍ପଷ୍ଟ ହେଉଛି ।

ସରକାର ଜାଣିଶୁଣି ଜଗନ୍ନାଥଙ୍କ ଟଙ୍କା ୟେସ ବ୍ୟାଙ୍କରେ ରଖିଥିଲେ କେବଳ ସୁଧ ଲୋଭରେ ବୋଲି ବଜେପି ପୂର୍ବରୁ ମଧ୍ୟ ଅଭିଯୋଗ କରିଛି । ସେପଟେ ନିୟମ ବିରୋଧରେ ଯାଇ ଠାକୁରଙ୍କ ଟଙ୍କା କାହିଁକି ଘରୋଇ ବ୍ୟାଙ୍କରେ ରଖାଯାଇଛି ବୋଲି କଂଗ୍ରେସ ମଧ୍ୟ ପ୍ରଶ୍ନ କରିଛି । ତେବେ ଏହାରି ମଧ୍ୟରେ ଗୃହ ଆରମ୍ଭ ହେବାକୁ ଯାଉଛି । ତେବେ ବିରୋଧୀଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଶାସକ ଦଳ ମଧ୍ୟ ନିଜକୁ ପ୍ରସ୍ତୁତ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe