ଆଜି କୁମ୍ଭରେ ଦ୍ୱିତୀୟ ସାହି ସ୍ନାନ । ପ୍ରୟାଗରାଜରେ ସାଧୁସନ୍ଥଙ୍କ ସହ ଶ୍ରଦ୍ଧାଳୁ କରୁଛନ୍ତି ସ୍ନାନ

Advertisment
ଆଜି କୁମ୍ଭରେ ଦ୍ୱିତୀୟ ସାହି ସ୍ନାନ । ପ୍ରୟାଗରାଜରେ ସାଧୁସନ୍ଥଙ୍କ ସହ ଶ୍ରଦ୍ଧାଳୁ କରୁଛନ୍ତି ସ୍ନାନ

କନକ ବ୍ୟୁରୋ : ମାଘ ମାସ କୃଷ୍ଣ ପକ୍ଷ ଅମାବାସ୍ୟାରେ ଆଜି କୁମ୍ଭର ଦ୍ବିତୀୟ ଶାହି ସ୍ନାନ ସଂପୂର୍ଣ୍ଣ ହେବ। ଚଳିତ ବର୍ଷ ଏହି ତିଥି ୪ ଫେବ୍ରୁଆରିରେ ପଡୁଥିବା ବେଳେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଦ୍ବିତୀୟ ଶାହି ସ୍ନାନରେ ପ୍ରାୟ ୫୦ ଲକ୍ଷ ଲୋକଙ୍କ ସମାଗମ ହେବାକୁ ଥିବାରୁ ଉତ୍ତର ପ୍ରଦେଶ ସରକାର ଘାଟ ସଂଖ୍ୟା ମଧ୍ୟ ବଢ଼ାଇଛନ୍ତି। ପ୍ରଥମ ଶାହି ସ୍ନାନ ମକର ସଂକ୍ରାନ୍ତିରେ ସମାପନ ହୋଇଥିଲା। ତେବେ ପ୍ରୟାଗରାଜରେ ୧୫ ଜାନୁଆରୀ ୨୦୧୯ରେ ଆରମ୍ଭ ହୋଇଥିଲା । କୁମ୍ଭରେ ସ୍ନାନ କରିବା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା ପ୍ରଥମ ସାହି ସ୍ନାନରେ । କୁମ୍ଭ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

publive-imageଯେପରି ଭାବରେ ଲୋକମାନଙ୍କର କୌଣସି ଅସୁବିଧା ନହୁଏ ସେଥିପ୍ରତି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ପୂର୍ବ ସାହି ସ୍ନାନରେ ଯେପରି ସାଧୁ ସନ୍ଥଙ୍କ ସହ ଦେଶ ବିଦେଶରୁ ଆସିଥିବା ଭକ୍ତଙ୍କ ଶୃଙ୍ଖଳିତ ଭାବରେ ସ୍ନାନ କରିଥିଲେ । କୁମ୍ଭରେ ଭକ୍ତମାନଙ୍କୁ ପହଞ୍ଚାଇବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe