ବିଧାନ ପରିଷଦ ଗଠନ ନେଇ ଆଜି ବିଧାନସଭାରେ ପାରିତ ହେବ ସଂକଳ୍ପ : ତେଲେଙ୍ଗାନା ଢାଂଚାରେ ଗଠନ କରିବାକୁ ନିଷ୍ପତି ନେଇଛନ୍ତି ସରକାର

20

କନକ ବ୍ୟୁରୋ : ଆଜି ବିଧାନ ପରିଷଦ ଗଠନ ନେଇ ବିଧାନସଭାରେ ପାରିତ ହେବ ସଙ୍କଳ୍ପ । ଏନେଇ ଆଜି ଗୃହରେ ସଙ୍କଳ୍ପ ଆଣିବେ ସରକାର । ବିଧାନସଭାରେ ଶାସକ ଦଳର ସଂଖ୍ୟା ଗରିଷ୍ଠତା ଥିବାରୁ ଏହା ସହଜରେ ପାରିତ ହୋଇଯିବ ବୋଲି କୁହାଯାଉଛି । ଗତ ମାସରେ ରାଜ୍ୟ କ୍ୟାବିନେଟ୍ ଏହି ପ୍ରସ୍ତାବ ଉପରେ ମୋହର ମାରିଥିଲେ । ତେବେ ବିଧାନ ପରିଷଦ ଗଠନ ନେଇ ପୂର୍ବରୁ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ବିରୋଧୀ ଦଳ ନେତା କହିଛନ୍ତି ଯେତେବେଳେ ଗୋଟିଏ ସଦନ ଠିକ୍ ଢ଼ଙ୍ଗରେ ଚାଲିପାରୁନି, ସେତେବେଳେ ଆଉ ଏକ ସଦନର ଆବଶ୍ୟକତା କଣ? । ସେପଟେ ବିଜେପି କହିଛନ୍ତି ଏହା ବିଜୁ ଜନତା ଦଳର ଅସନ୍ତୁଷ୍ଟଙ୍କୁ ଥଇଥାନ କରିବା ପାଇଁ ଏକ ଯୋଜନା । ତେଲେଙ୍ଗାନା ଢ଼ାଂଚାରେ ଗଠନ ହେବ ବିଧାନ ପରିଷଦ । ଏଥିପାଇଁ ରାଜ୍ୟ ସରକାର ସମ
ଆଜି ଗୃହରେ ପାରିତ ହେବ ସଂକଳ୍ପ !ସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ।