ମୁକ୍ତିଲାଭ କଲା ନୂଆ ଓଡ଼ିଆ ଫିଲ୍ମ ‘ଅଦୃଶ୍ୟମ୍’ ।

Advertisment
ମୁକ୍ତିଲାଭ କଲା ନୂଆ ଓଡ଼ିଆ ଫିଲ୍ମ ‘ଅଦୃଶ୍ୟମ୍’ ।

କଟକ ବ୍ୟୁରୋ: ଆଜି ରିଲିଜ୍ ହୋଇଛି ନୂଆ ଓଡ଼ିଆ ଫିଲ୍ମ ‘ଅଦୃଶ୍ୟମ୍’ । ସମରେଶ ରାଉତରାୟଙ୍କ ଉପସ୍ଥାପିତ ସସପେନ୍ସ ଡ୍ରାମା ‘ଅଦୃଶ୍ୟମ୍’ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମୁକ୍ତିଲାଭ କରିଛି । ଫିଲ୍ମର ନାମକରଣ ହିଁ ଦର୍ଶକଙ୍କ ଭିତରେ ବିଷୟବସ୍ତୁକୁ ନେଇ ସ୍ୱତଃ ଆଗ୍ରହ ସୃଷ୍ଟି କରିଛି ।

ଏସ୍-୩ ମୁଭିଜ, ଓଡ଼ିଆ ଓ୍ଵାନ୍, ମଞ୍ଜରୀ ଟିଭି, ଡିକେଏଫ୍, ଆରଏମଏଫ ଓ ଲାବଣ୍ୟ ପିକଚର୍ସ ବ୍ୟାନରରେ ନିର୍ମିତ ‘ଅଦୃଶ୍ୟମ୍’ରେ ମୁଖ୍ୟ ଭୂମିକାରେ ସାନୁ, ଅଙ୍କିତା, ସମରେଶ, ଚିତ୍ତ ତ୍ରିପାଠୀ ଓ ଲିପସା ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି। ରାଜେନ୍ଦ୍ର ମହନ୍ତ ଫିଲ୍ମର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନାରେ ଅଛନ୍ତି ବିଶ୍ୱରୂପ। ସମରେଶ ରାଉତରାୟ, ସମ୍ବିତ ଆଚାର୍ଯ୍ୟ ଏବଂ ଦୁର୍ଗା ଶଙ୍କର ଦାଶ ଫିଲ୍ମର ପ୍ରଯୋଜନା କରିଛନ୍ତି।

‘ଅଦୃଶ୍ୟମ୍’ର କାହାଣୀ ଏବଂ ନିର୍ମାଣ ଭିନ୍ନ ଧରଣର ହୋଇଥିବାରୁ ଏହା ଓଡ଼ିଆ ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ପ୍ରକାଶ କରାଯାଇଛି। ବଳିଷ୍ଠ କାହାଣୀ ଓ ନବାଗତ-ନବାଗତାଙ୍କ ସହ ପରିଚିତ ତଥା ଅଭିଜ୍ଞ କଳାକାରଙ୍କ ଅଭିନୟ ‘ଅଦୃଶ୍ୟମ୍’କୁ ଲୋକପ୍ରିୟତା ଆଣିଦେବ ବୋଲି ଏଥିସହ ଜଡ଼ିତ ସମସ୍ତେ ମତ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ନିକଟରେ ଏକ ଭବ୍ୟ ସମାରୋହରେ ‘ଅଦୃଶ୍ୟମ୍’ର ଅଡିଓ ରିଲିଜ କରାଯାଇଥିଲା। ‘ସମ୍ବାଦ’ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରଯୋଜକ ସମରେଶ ରାଉତରାୟ ଏବଂ ବହୁ ଓଲିଉଡ କଳାକାରଙ୍କ ଗହଣରେ ଏହି ଫିଲ୍ମର ଅଡିଓ ଏବଂ ଟିଜର ଲୋକାର୍ପିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe