ଆଜି ରିଲିଜ୍ ହେଉଛି ହିନ୍ଦି ଫିଲ୍ମ ‘ରାବତା’ ଓ ‘ବେହେନ୍ ହୋଗି ତେରି’ : ଦର୍ଶକ ଦେଖିବେ ରୋମାନ୍ସ ବନାମ କମେଡ଼ି

ଆଜି ରିଲିଜ୍ ହେଉଛି ହିନ୍ଦି ଫିଲ୍ମ ‘ରାବତା’ ଓ  ‘ବେହେନ୍ ହୋଗି ତେରି’ : ଦର୍ଶକ ଦେଖିବେ ରୋମାନ୍ସ ବନାମ କମେଡ଼ି

source-http://www.bollywoodgoogly.com

କନକ ବ୍ୟୁରୋ : ଫିଲ୍ମ ଫ୍ରାଇଡେରେ ଆଜି ମୁକ୍ତିଲାଭ କରୁଛି ରୋମାଂଟିକ୍ ଆକ୍ସନ ଫିଲ୍ମ ‘ରାବତା’ । ଫିଲ୍ମର ଲିଡରେ ଅଛନ୍ତି ସୁଶାନ୍ତ ସିଂ ରାଜପୁତ ଏବଂ କିର୍ତୀ ସାନନ୍ । ଫିଲ୍ମର ନିର୍ଦ୍ଦେଶନା ଦିନେଶ ବିଜାନ ଦେଇଥିବା ବେଳେ ଏହାର ଗୀତ ଶ୍ରୋତାଙ୍କୁ ପସନ୍ଦ ହୋଇଛି । ଫିଲ୍ମରେ ରହିଛି ପୂର୍ନଜନ୍ମର କାହାଣୀ ।

‘ରାବତା’କୁ ଟକ୍କର ଦେଉଛି ରୋମାଂଟିକ୍ କମେଡି ଫିଲ୍ମ ‘ବେହେନ୍ ହୋଗି ତେରି’ । ଫିଲ୍ମର ଲିଡରେ ଜଣେ ଅଭିନେତ୍ରୀ ଥିବା ବେଳେ ଅଭିନେତା ତିନି ତିନି ଜଣ ଅଛନ୍ତି । ଫିମେଲ୍ ଲିଡରେ ଅଛନ୍ତି ଶ୍ରୁତି ହାସନ୍ ଏବଂ ମେଲ୍ ଲିଡରେ ରାଜକୁମାର ରାଓ, ଗୌତମ ଗୁଲାଟୀ ଏବଂ ଦର୍ଶନ ଜରିୱାଲା । ଅଜୟ ପନ୍ନାଲାଲ ଫିଲ୍ମର ନିର୍ଦ୍ଦେଶକ ଭାବେ ଡେବ୍ୟୁ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe