ବାରିପଦାରେ ଆଜି ଟଣାଯିବ ରଥ । ଶାନ୍ତି ଶୃଙ୍ଖଳାରେ ରଥଟଣା ପାଇଁ କଡାକଡି ହୋଇଛି ସୁରକ୍ଷା ବ୍ୟବସ୍ଥା

ଶ୍ରୀକ୍ଷେତ୍ର ଗୁଣ୍ଡିଚା ଯାତ୍ରାରେ ଦିନକ ପରେ ବାରିପଦାରେ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

58

କନକ ବ୍ୟୁରୋ: ଆଜି ବାରିପଦାରେ ଗଡିବ ରଥ । ଶ୍ରୀକ୍ଷେତ୍ର ଗୁଣ୍ଡିଚା ଯାତ୍ରାରେ ଦିନକ ପରେ ବାରିପଦାରେ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ତିନି ଠାକୁରଙ୍କ ରଥ ଟଣାଯାଇଥାଏ । ରାଜା ରାଜୁଡା ଅମଳରୁ ପୁରୀ ରଥଯାତ୍ରା ଦିନ ବାରିପଦାରେ ତିନିଠାକୁରଙ୍କ ପହଣ୍ଡି ବିଜେ କରାଯିବା ପରେ ତହିଁପର ଦୁଇଦିନ ଧରି ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ ।

ବାରିପଦା ରେ ଦେବୀ ଶୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସୁରକ୍ଷା ଦାୟିତ୍ୱରେ ୨ଜଣ ଏଡିସନାଲ ଏସ.ପି, ୨ଜଣ ଡି.ଏସ.ପି , ୧୦ଇନ୍ସପେକ୍ଟର, ୧୮ଜଣ ସବ୍-ଇନ୍ସପେକ୍ଟର, ୪୦ଜଣ ଏଏସଆଇ, ୧୩୦ ହୋମଗାର୍ଡ, ୧୮ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ସମସ୍ତ ପୋଲିସ ବିଭାଗର କର୍ମଚାରୀଙ୍କର ଛୁଟି ବାତିଲ୍ କରାଯାଇଥିବା ସୂଚନା ମିଳିଛି ।