ଦକ୍ଷିଣ ଓ ଉପକୂଳ ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା । ଆସନ୍ତାକାଲିଠୁ ପାଗରେ ପରିବର୍ତନ, ପୁଣି ବଢିବ ଥଣ୍ଡା

348

କନକ ବ୍ୟୁରୋ : ଆଜି ଦକ୍ଷିଣ ଓ ଉପକୂଳ ଓଡିଶାରେ ହୋଇପାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା । ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମୟୁରଭଞ୍ଜ, କେନ୍ଦୁଝରରେ ବର୍ଷା ହେବାର ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ । ସେହିପରି କଳାହାଣ୍ଡି, ବଲାଙ୍ଗିର, ବୌଦ୍ଦ, ସୋନପୁର, କନ୍ଧମାଳ, ଅନୁଗୁଳ ଏବଂ ଢେଙ୍କାନାଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏଭଳି ସ୍ଥିତି ଆସନ୍ତାକାଲି ପର୍ଯ୍ୟନ୍ତ ଲାଗି ରହିପାରେ ।

କିନ୍ତୁ ତାପରେ ପାଗରେ ପରିବର୍ତନ ଆସିବ ଓ ଥଣ୍ଡା ବଢ଼ିବା ସହ ଘନ କୁହୁଡି ହେବାର ସମ୍ଭାବନା ରହଛି । ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ଅନୁଗୁଳ, ସମ୍ବଲପୁର, ବଲାଙ୍ଗିର, କେନ୍ଦୁଝର, ସୋନପୁରରେ କୁହୁଡି ଦେଖାଯିବ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୦ରୁ ୧୩ ତାରିଖ ଯାଏଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ଘନକୁହୁଡି ସହ ଥଣ୍ଡା ସାମାନ୍ୟ ବଢିବ । ତେଣୁ ଏହି ସମୟରେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।