କନକ ବ୍ୟୁରୋ : ଆଜି ଜୟପୁର ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ପାଖାପାଖି ୪ ଘଣ୍ଟା ଏଠାରେ ରହିବା ସହ ଦୁଇଟି ୨ଟି କାର୍ଯ୍ୟକ୍ରମରେ ଉଦବୋଧନ ଦେବେ ରାହୁଲ । କଂଗ୍ରେସର ପୂର୍ବ ନିର୍ଧାରିତ ସୂଚୀ ଅନୁଯାୟୀ ସ୍ବତନ୍ତ୍ର ବିମାନ ଯୋଗେ ଜୟପୁର ଆସି ସ୍ଥାନୀୟ ଗାନ୍ଧୀ ଛକସ୍ଥିତ ଶିବ ସାଇ ଫଙ୍କସନ ହଲରେ ଆୟୋଜିତ ମହିଳା ସମାବେଶରେ ଯୋଗଦେବେ। ପ୍ରାୟ ୪୫ମିନିଟର କାର୍ଯ୍ୟକ୍ରମ ପରେ ମଧ୍ୟାହ୍ନ ଭୋଜନ ଓ ସାମାନ୍ୟ ବିଶ୍ରାମ କରିବେ। ଅପରାହ୍ନରେ କମ୍ବାରେ ଆୟୋଜିତ ପରିବର୍ତନ ସଂକଳ୍ପ ସମାବେଶରେ ଚାଷୀଙ୍କୁ ଉଦବୋଧନ ଦେବେ। ଅପରାହ୍ନରେ ଜୟପୁର ବିମାନବନ୍ଦରରୁ ବିଶାଖାପାଟଣା ଏବଂ ସେଠାରୁ ଦିଲ୍ଲୀ ଯାତ୍ରା କରିବେ ବୋଲି ସୂଚନା ମିଳିଛି।
ଆଜି ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ! ମହିଳା ମହାସମାବେଶରେ ଯୋଗ ଦେବାର ରହିଛି କାର୍ଯ୍ୟକ୍ରମ
Advertisment
Follow Us
/kanak/media/post_attachments/wp-content/uploads/2019/02/rahul_gandhi_1549334143_618x347.jpeg)