ଆଜି ପୁଣି ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ବରଗଡରେ ପରିବର୍ତନ ସଭାରେ ଯୋଗ ଦେବାର ରହିଛି କାର୍ଯ୍ୟକ୍ରମ 

ଚର୍ଚ୍ଚାରେ କନ୍ଧମାଳ ରାଜନୀତି ! ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ହେଭିୱେଟ ନେତା

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପାଖେଇ ଆସିବାରୁ ଅନେକ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । ନିଜ ଦଳ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ ମଧ୍ୟ କରୁଛନ୍ତି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଦଳର ତୁଙ୍ଗ ନେତା ପ୍ରଚାର କରିବା ଆରମ୍ଭ କରିଦେଲେଣି ମଧ୍ୟ । ତେବେ ମିଳିଥିବା ସୂଚନା ଅନୁସାରେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପୁଣି ଥରେ ଓଡିଶା ଗସ୍ତରେ ଆସୁଛନ୍ତି । ରାହୁଲ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ପ୍ରଥମ ଥର ପାଇଁ ଶୁକ୍ରବାର ବରଗଡ଼ ଜିଲ୍ଲା ଗସ୍ତରେ ଆସୁଛନ୍ତି। ପୂର୍ବରୁ ଉପାଧ୍ୟକ୍ଷ ଥିବାବେଳେ ରାହୁଲ ବରଗଡ଼ ଜିଲ୍ଲା ଆସି ୭କିଲୋମିଟର୍ ପଦଯାତ୍ରା କରିଥିଲେ। ଶୁକ୍ରବାର ରାୟପୁରରୁ ହେଲିକପ୍ଟରରେ ବାହାରି ବରଗଡ଼ ସହର ନିକଟସ୍ଥ ସରସରା ଗାଁ ପଡ଼ିଆଠାରେ ଅପରାହ୍ନରେ ରାହୁଲ ଓହ୍ଲାଇବେ।

publive-image source : Google

ଦିନ ଗୋଟାଏରୁ ଏକ ଘଣ୍ଟାରୁ ଅଧିକ ସମୟ ସେ ପରିବର୍ତନ ସଂକଳ୍ପ ସମାବେଶରେ ଯୋଗ ଦେବେ। ଅନ୍ୟପକ୍ଷରେ ଗୁରୁବାର ସଂଧ୍ୟାରେ କଂଗ୍ରେସ ବରଗଡ଼ଠାରେ ବାଇକ୍ ରାଲି କରି ଶକ୍ତି ପ୍ରଦର୍ଶନ କରିଛି। ତେବେ ରାହୁଲ ନିର୍ବାଚନ ସମୟରେ ଆସୁଥିବାରୁ କଂଗ୍ରେସ କର୍ମୀମାନେ ଉତ୍ସାହିତ ଅଛନ୍ତି । ଆଗାମୀ ନିର୍ବାଚନରେ ଦଳ ଏହାର ଫାଇଦା ନେବ ବୋଲି କେତେକ ବରିଷ୍ଠ ନେତା ନିଜ ପ୍ରତିକ୍ରିୟାରେ ମଧ୍ୟ କହିଛନ୍ତି । ତେବେ ସାରା ରାଜ୍ୟର ନଜର ଆଜି ରାହୁଲଙ୍କ ଉପରେ ରହିଛି । କାରଣ ପୂର୍ବରୁ ରାହୁଲ କଂଗ୍ରେସ ସରକାରକୁ ଆସିଲେ ବିଭିନ୍ନ ପ୍ରକାର ଯୋଜନା କରିବା ବୋଲି ଘୋଷଣା କରିଛନ୍ତି । ତେଣୁ ଆଜି ନିଜ ଭାଷଣରେ କଣ କହିବେ ତାହା ଉପରେ ରହିଛି ନଜର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe