କନକ ବ୍ୟୁରୋ : ପାଟଣାଗଡ ପାର୍ସଲ ବୋମା ବିସ୍ୱୋରଣର ମୁଖ୍ୟ ଖଳନାୟକ ପୁଂଜିଲାଲ ମେହେରର ଆଜି ସରୁଛି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି । ପାଟଣାଗଡ ଏସଡିଜେଏମ କୋର୍ଟରେ ତାକୁ ଆଜି ହାଜର କରାଯିବ । ରିମାଣ୍ଡ ଅବଧି ମଧ୍ୟରେ କ୍ରାଇମବ୍ରାଂଚ ପୁଂଜିଲାଲ ନିକଟରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି । ରାୟପୁର ଯାଇ ପାର୍ସଲ୍ ବୋମା ପଠାଇବା ଘଟଣାର ଡେମୋ ଦେଖାଇଛି ପୁଂଜିଲାଲ ।
ପୂର୍ବରୁ ପୁଂଜିଲାଲକୁ କ୍ରାଇମବ୍ରାଂଚ ରାୟପୁର ନେଇଥିଲା । କୋରିୟର୍ ସଂସ୍ଥାରେ ସେ କିଭଳି ପାର୍ସଲ୍ ପଠାଇଥିଲା ତାହାର ବିସ୍ତୃତ ବିବରଣୀ କ୍ରାଇମବ୍ରାଂଚକୁ ଦେଇଥିଲା ମୁଖ୍ୟ ଅଭିଯୁକ୍ତ । ଏବେ କ୍ରାଇମବ୍ରାଂଚ ଅଟୋଚାଳକଙ୍କୁ ଖୋଜିବା ଆରମ୍ଭ କରିଛି । ଏବେ କଂଟାବାଝୀରେ ଅଛି ପାର୍ସଲ ବୋମାର ମାଷ୍ଟର ମାଇଣ୍ଡ ପୁଂଜିଲାଲ୍ । ଦ୍ୱିତୀୟ ପର୍ଯ୍ୟାୟରେ ୫ ଦିନିଆ ରିମାଣ୍ଡରେ ଆଣି ପୁଂଜିଲାଲକୁ ପଚରାଉଚରା ବେଳେ କ୍ରାଇମବ୍ରାଂଚ ହାତରେ ଅନେକ ପ୍ରମାଣ ଲାଗିଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/Screen-shot-2018-05-06-at-8.35.25-AM.png)