କନକ ବ୍ୟୁରୋ : ଦେଶରେ ଧୀରେ ଧୀରେ କମୁଛି ସଂକ୍ରମଣ । ଗତ ୨୪ଘଣ୍ଟାରେ ୧ଲକ୍ଷ ୬୫ ହଜାର ୫୫୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୪୬୦ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ୩ ହଜାର ୪୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Advertisment

ଦେଶର ମୋଟ ସଂକ୍ରମଣ ସଂଖ୍ୟା ୨କୋଟି ୭୮ ଲକ୍ଷ ୯୪ ହଜାର ୮୦୦ରେ ପହଞ୍ଚିଛି । ଏଥିରୁ ସୁସ୍ଥ ହୋଇଛନ୍ତି ୨କୋଟି ୫୪ ଲକ୍ଷ ୫୪ ହଜାର ୩୨୦ଜଣ । ଦେଶର ମୋଟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୨୫ ହଜାର ୯୭୨ ରହିଛି । ଏବେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୨୧ ଲକ୍ଷ ୧୪ ହଜାର ୫୦୮ ରହିଛି । ତେବେ ଗତ ମାସକ ତଳେ ଦେଶରେ କରୋନା ସଂକ୍ରମଣ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ, ଏବେ କରୋନା ସଂକ୍ରମଣ କମିବା ଘଟଣା ଦେଶବାସୀଙ୍କୁ ଟିକେ ଆଶ୍ୱସ୍ତି ଦେଇଛି । ଯେଉଁ ରାଜ୍ୟ ଗୁଡିକରେ ସଂକ୍ରମଣ ଅଧିକ ମାତ୍ରାରେ ବଢି ଚାଲିଥିଲା, ସେହି ରାଜ୍ୟ ଗୁଡିକରେ ଲକଡାଉନ୍ ଏବଂ ସଟଡାଉନ୍ ଭଳି କଟକଣା ଜାରି କରିଥିଲେ ରାଜ୍ୟ ସରକାର । ଯେଉଁଥି ପାଇଁ କରୋନା ସଂକ୍ରମଣ ଧିରେ ଧିରେ କମିଥିବା ନଜର ଆସିଛି । ଖାସକରି ଦିଲ୍ଲୀରେ ଯେଉଁଭଳି କରୋନା ସ୍ଥିତି ଉପୁଜିଥିଲା ତାହା ଅତ୍ୟନ୍ତ ଭୟଙ୍କର ଥିଲା । ଠିକ୍ ସମୟରେ ଦିଲ୍ଲୀ ସରକାର ଲକଡାଉନ୍ ଜାରି କରିବା ପରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି ।