ରାଜ୍ୟରେ ବଢୁଛି ସଂକ୍ରମଣ ସଂଖ୍ୟା । ୧୧ ହଜାର ଟପିଲା ଦୈନିକ ସଂକ୍ରମଣ…

286

କନକ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୧୧ ହଜାର ୮୦୭ ସଂକ୍ରମିତ ଚିହ୍ନଟ । ସଂଗରୋଧରୁ ୬ ହଜାର ୬୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୫ ହଜାର ୧୯୪ । ସୁନ୍ଦରଗଡ଼ରୁ ୧୯ଶହ ୨୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫ଶହ ୧୦, କଟକରୁ ହଜାରେ ୫୨ । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୨୪ ହଜାର ୨୦୭ । ସୁସ୍ଥ ହୋଇଛନ୍ତି ୪ଲକ୍ଷ ୩୧ ହଜାର ୬୫୮ଜଣ । କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ୯୦ ହଜାର ୩୩୫ଜଣ ।

ତେବେ ଲକଡାଉନ୍ ଲାଗିଲେ ସଂକ୍ରମଣ କମିବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା, ତାହାପ କୌଣସି ସୁଫଳ ଏଯାଏଁ ଦେଖିବାକୁ ମିଳିନାହିଁ । ଯଦି ଏହିଭଳି ଭାବରେ ସଂକ୍ରମଣ ବଢିଚାଲେ ତାହେଲେ ଓଡିଶାରେ ମଧ୍ୟ ଭୟଙ୍କର ସ୍ଥିତି ସୃଷ୍ଟି ହୋଇପାରେ । ତେଣୁ କରୋନା ଚେନକୁ ଭାଙ୍ଗିବାକୁ ହେଲେ କେବଳ ସରକାର ଉଚିତ୍ ପଦକ୍ଷେପ ନେବେ ତା ନୁହେଁ, ଲୋକଙ୍କୁ ମଧ୍ୟ ସଚେତନ ହେବାକୁ ପଡିବ । କରୋନା କଟକଣାକୁ ମାନି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାରୁ ହେବ । ତାହେଲେ ଯାଇଁ ମହାମାରୀ କରୋନାକୁ ପରାଜୟ କରିହେବ ।