ଦେଶରେ ବଢ଼ିବାରେ ଲାଗିଛି କରୋନା ମୃତ୍ୟୁ ସଂଖ୍ୟା । ୨୪ ଘଣ୍ଟାରେ ୪୧୮୭ ମୃତ । ସେପଟେ ରାଜ୍ୟରେ ବି ବଢୁଛି ମୃତ୍ୟୁ ସଂଖ୍ୟା

317

କନକ ବ୍ୟୁରୋ : ଦେଶରେ ପୁଣି ଆଉ ଏକ ଅଲୋଡା ରେକର୍ଡ । କରୋନାରେ ଦିନକରେ ସର୍ବାଧିକ ୪ ହଜାର ୧୮୭ ଜଣଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ହେବ ପ୍ରତିିଦିନ ୩ ହଜାରରୁ ଅଧିକ ମୃତ୍ୟୁ ହେଉଥିବାବେଳେ ଆଜି ସମସ୍ତ ପୂରୁଣା ରେକର୍ଡକୁ ଭାଙ୍ଗି ଦେଇଛି । ଫେବ୍ରୁଆରୀ ୧୪ରୁ ଏପର୍ଯ୍ୟନ୍ତ କରୋନାରେ ୮୨ ହଜାର ଲୋକଙ୍କର ମୃତ୍ୟୁ ହେଲାଣି । ଆମେରିକା ଓ ବ୍ରାଜିଲ ପରେ ତୃତୀୟ ଦେଶ ଭାବେ ଭାରତରେ ଗୋଟିଏ ଦିନରେ ୪ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଗତ ୨୪ ଘଂଟାରେ ୪ ଲକ୍ଷ ୧ ହଜାର ୭୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେପଟେ, ରାଜ୍ୟରେ ସଂକ୍ରମଣ ଦିନକୁ ଦିନ ବଢ଼ୁଥିବା ବେଳେ ବଢ଼ୁଛି ମୃତ୍ୟୁ ହାର । ଗତ ୨୪ ଘଂଟାରେ ରାଜ୍ୟରେ କରୋନାରେ ୨୧ ଜଣଙ୍କ ପ୍ରାଣ ନେଇଛି କରୋନା । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟାର ୨ ହଜାର ୧୬୧କୁ ବୃଦ୍ଧି ପାଇଛି । ସେହିପରି ଗୋଟିଏ ଦିନରେ ରାଜ୍ୟରେ ୧୧ ହଜାର ୮୦୭ ସଂକ୍ରମିତ ଚିହ୍ନଟ । ସଂଗରୋଧରୁ ୬ ହଜାର ୬୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୫ ହଜାର ୧୯୪ । ସୁନ୍ଦରଗଡ଼ରୁ ୧୯ଶହ ୨୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫ଶହ ୧୦, କଟକରୁ ୧ ହଜାର ୫୨, ଅନୁଗୁଳ ୫୬୦, ସମ୍ବଲପୁର ୫୩୩, ପୁରୀ ୪୫୬, ବଲାଙ୍ଗୀର ୪୩୭, ବରଗଡ଼ ୪୨୮, ଝାରସୁଗୁଡାରୁ ୪୨୧ ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୨୪ ହଜାର ୨୦୭ । ସୁସ୍ଥ ହୋଇଛନ୍ତି ୪ଲକ୍ଷ ୩୧ ହଜାର ୬୫୮ଜଣ । କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ୯୦ ହଜାର ୩୩୫ଜଣ ।