ଆଜି ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! କେନ୍ଦ୍ରାପଡା ଓ ବାଲେଶ୍ୱରରେ ସାଧାରଣ ସଭାରେ ଉଦବୋଧନ ଦେବାର ରହିଛି କାର୍ଯ୍ୟକ୍ରମ

ଆଜି ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! କେନ୍ଦ୍ରାପଡା ଓ ବାଲେଶ୍ୱରରେ ସାଧାରଣ ସଭାରେ ଉଦବୋଧନ ଦେବାର ରହିଛି କାର୍ଯ୍ୟକ୍ରମ

କନକ ବ୍ୟୁରୋ : ଆଜି ଓଡିଶା ଗସ୍ତରେ ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିବା ଲାଗି ମୋଦି ଆଜି ରାଜ୍ୟର ୨ ଜିଲ୍ଲା ଗସ୍ତ କରିବେ ବୋଲି ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ, ସକାଳ ୧୦ଟା ୩୦ରେ କେନ୍ଦ୍ରାପଡ଼ାରେ ଓ ମଧ୍ୟାହ୍ନ ୧୨ଟାରେ ବାଲେଶ୍ବରରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେବେ। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲା ପରେ ମୋଦୀଙ୍କର ଏହା ପଞ୍ଚମ ଓଡ଼ିଶା ଗସ୍ତ। ସମ୍ଭବତଃ ଏହା ମୋଦୀଙ୍କର ଓଡ଼ିଶାକୁ ଶେଷ ନିର୍ବାଚନୀ ଗସ୍ତ ହୋଇପାରେ। ସେହିପରି ଆସନ୍ତା ୨୭ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିବେ।

publive-imageତେବେ ବିଜେପିର ପ୍ରାର୍ଥୀଙ୍କ ପାଇଁ ଅନେକ କେନ୍ଦ୍ରୀୟ ନେତା ଏଠାରେ ପ୍ରଚାର କରୁଛନ୍ତି । ନିଜ ଦଳର ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ଦଳ ପକ୍ଷରୁ ଅନେକ ଷ୍ଟାର ପ୍ରଚାରକଙ୍କୁ ରାଜ୍ୟରେ ପ୍ରଚାରର ମଙ୍ଗ ଦାୟିତ୍ୱ ଦିଅ।ଯାଇଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ରାଜଧାନୀ ଭୁବନେଶ୍ୱରରେ ରୋଡ ସୋ’ କରିବା ପରେ ବରମୁଣ୍ଡା ପଡିଆରେ ସାଧାରଣ ସଭା କରିଥିଲେ । ତେବେ ମୋଦି ଆଜି ନିଜ ଅଭିଭାଷଣରେ କଣ କହିବେ ତାହା ଉପରେ ସାରା ରାଜ୍ୟର ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe