କନକ ବ୍ୟୁରୋ: ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ଦେବାର କାର୍ୟ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ସେ ତାଙ୍କ ଉଦବୋଧନ ଦେବେ। ନିଟ୍ ଓ ଅଗ୍ନିବୀର ଭଳି ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧୀ ଗତକାଲି ସରକାରକୁ କାଠଗଡାରେ ଛିଡା କରିଛନ୍ତି । ଏହାପରେ ଆଜି ପ୍ରଧାନମନ୍ତ୍ରୀ ସଂସଦରେ ଅଭିଭାଷଣ ରଖିବେ ।
ସଂସଦ ଅଭିଭାଷଣ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସକାଳ ସାଢ଼େ ୯ଟାରେ ଏନଡିଏ ସଂସଦୀୟ ଦଳ ବୈଠକକୁ ସମ୍ବୋଧିତ କରିବେ। ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ବିତର୍କ ବିରୋଧୀଙ୍କ ବିରୋଧ ଯୋଗୁଁ ବିଳମ୍ବର ସମ୍ମୁଖୀନ ହୋଇଥିଲା। ନିଟ୍ ପରୀକ୍ଷା ଅନିୟମିତତା ଭଳି ପ୍ରସଙ୍ଗରେ ଆଲୋଚନା କରିବାକୁ ସାଂସଦମାନେ ଦାବି କରିଥିଲେ। ରାହୁଲ ଗାନ୍ଧୀ ବିଜେପିକୁ ସମାଲୋଚନା କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଅଭିଭାଷଣ ରଖିବାକୁ ଯାଉଛନ୍ତି।
ନିର୍ବାଚନ ସମୟରେ ଦେଇଥିବା ମନ୍ତବ୍ୟ, ନିଟ୍ ପେପର ଲିକ୍, ଅଗ୍ନିପଥ ଯୋଜନା ସମେତ ବିଭିନ୍ନ ପ୍ରସଙ୍ଗରେ ରାହୁଲ ବିଜେପିକୁ ଟାର୍ଗେଟ କରିଛନ୍ତି। ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ପ୍ରାଣ ହରାଇଥିବା ଅଗ୍ନିପଥ ଯୋଜନାରେ ଜଣେ ଯବାନ ଅଗ୍ନିବୀରଙ୍କୁ ସହିଦ ବୋଲି କୁହାଯାଇନଥିଲା। ଏହି ସମାଲୋଚନାର ଜବାବ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭାଷଣରେ ଦେବେ ବୋଲି ଆଶା କରାଯାଉଛି। ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ମୋଦୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସମଗ୍ର ହିନ୍ଦୁ ସମ୍ପ୍ରଦାୟକୁ ହିଂସାତ୍ମକ କହିବା ଅତ୍ୟନ୍ତ ଗମ୍ଭୀର ବିଷୟ। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରାହୁଲ ଗାନ୍ଧୀଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/07/10-2.jpg)