କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ୬୯ ତମ ଜନ୍ମ ଦିନ । ଜନ୍ମଦିନ ପାଳନ କରିବାକୁ ସେ ନିଜ ଗୃହ ରାଜ୍ୟ ଗୁଜୁରାଟ ଯାଇଛନ୍ତି । ଆଜି ଜନ୍ମଦିନ ପାଳନ ପୂର୍ବରୁ ମାଙ୍କ ଠାରୁ ଆଶିର୍ବାଦ ନେବେ ନରେନ୍ଦ୍ର ମୋଦି । ଗତକାଲି ଅହମ୍ମଦାବାଦ ପହଂଚିବା ପରେ ତାଙ୍କୁ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପି ନେତା ଓ କର୍ମୀ ଜୋରଦାର ସ୍ୱାଗତ କରିଛନ୍ତି । ମୋଦିଙ୍କ ସ୍ୱାଗତ ପାଇଁ ସଜେଇ ହୋଇଛି ଅହମ୍ମଦାବାଦ ସହର । ବିମାନ ବନ୍ଦରରୁ ରାଜଭବନ ଯାଏଁ ହୋର୍ଡିଂ ଓ ପୋଷ୍ଟର ଦେଖିବାକୁ ମିଳିଛି । ମୋଦିଙ୍କ ଜନ୍ମଦିନ ଅବସରରେ ଗୁଜରାଟରେ ନର୍ମଦା ମହୋତ୍ସବ ପାଳନ କରାଯିବ । ପ୍ରାୟ ୫ ହଜାର ଘାଟରେ ନର୍ମଦା ଆରତୀ କରାଯିବା କାର୍ଯ୍ୟକ୍ରମ ରହିଛି ।
/kanak/media/post_attachments/wp-content/uploads/2019/08/EB-fUViWsAAUxDo.jpg)
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ବିଭିନ୍ନ ସ୍ଥାନରେ ପାଳନ କରୁଛନ୍ତି ବିଜେପି କର୍ମୀ । ଗାନ୍ଧିନଗରରେ ମୋଦିଙ୍କ ଜୀବନୀକୁ ନେଇ ଏକ ଫଟୋପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତକାଲି ଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟରେ ସାଂସଦ ମନୋଜ ତିୱାରୀଙ୍କ ନେତୃତ୍ୱରେ ମୋଦିଙ୍କ ଜନ୍ମଦିନ ପାଳନ କରିଥିଲେ ବିଜେପି କର୍ମୀ ।
/kanak/media/post_attachments/wp-content/uploads/2019/06/narendra-modi-pti-8751.jpg)
ସେହିପରି ବାରଣାସୀରେ ଦୀପ ଜଳାଇ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସମର୍ଥକ । ପ୍ରଧାନମନ୍ତ୍ରୀଙ୍କ ଶୁଭ କାମନା ସହ ବାରଣାସୀରେ ଅଖଣ୍ଡ ରାମାୟଣ ପାଠର ମଧ୍ୟ ଆୟୋଜନ କରାଯାଇଥିଲା । ସେହିପରି ହନୁମାନ ମନ୍ଦିରରେ ମୋଦିଙ୍କ ସମର୍ଥକ ଦେଢ କିଲୋଗ୍ରାମ ଓଜନର ଏକ ସୁନାର ମୁକୁଟ ହନୁମାନଙ୍କୁ ଭେଟି ଦେଇଛନ୍ତି । ମୋଦି ପ୍ରଧାନମନ୍ତ୍ରୀ ହେଲେ ସୁନାର ମୁକୁଟ ଲାଗି କରିବାକୁ ସଂକଳ୍ପ ନେଇଥିବାରୁ ସୁନା ମୁକୁଟ ଦାନ କରୁଥିବା ସେ କହିଛନ୍ତି ।