କନକ ବ୍ୟୁରୋ : ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ । ଅପରାହ୍ନ ପ୍ରାୟ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏହି ଫଳ ପ୍ରକାଶ କରିବେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଅନଲାଇନରେ ମଧ୍ୟ ପରୀକ୍ଷା ଫଳ ଉପଲବ୍ଧ ହେବ ।
ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଓରିଶାରେଜଲ୍ଟସ୍ ଡଟ୍ ଏନଆଇସି ଡଟ୍ ଇନ୍ ୱେବସାଇଟରେ ଛାତ୍ରଛାତ୍ରୀ ରୋଲ୍ ନଂବର ଓ ଆବଶ୍ୟକ ତଥ୍ୟ ଦେଇ ପରୀକ୍ଷା ଫଳ ଜାଣିପାରିବେ । କଳାରେ ଚଳିତ ବର୍ଷ ୨ ଲକ୍ଷ ୨୭ ହଜାର ପରୀକ୍ଷା ଦେଇଥିଲେ । ଧନ୍ଦାମୂଳକ ଶିକ୍ଷାରେ ୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/CHSE.jpg)