କନକ ବ୍ୟୁରୋ : ଆଜି ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବାଣିଜ୍ୟ ଫଳ ସକାଳ ୧୧ଟା ୩୦ ମିନିଟରେ ଗଣଶିକ୍ଷା ମନ୍ତ୍ରୀଙ୍କ ଅଫିସରେ ପ୍ରକାଶ ପାଇବ ବୋଲି ସୂଚନା ରହିିଛି । ଏହି ଫଳ ପ୍ରକାଶ ପରେ ଛାତ୍ରଛାତ୍ରୀ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଓଡିଶା ରେଜଲ୍ଟସ ଡଟ୍ ଏନଆଇସି ଡଟ୍ ଇନ୍ ୱେବସାଇଟ୍ରୁ ମଧ୍ୟ ଫଳ ଦେଖିପାରିବେ ।
ପରିଷଦର ଫୋନ୍ ନଂବର ୦୬୭୪-୨୩୦୦୯୧୪ ଏବଂ ୦୬୭୪-୨୩୦୦୯୦୭ କୁ ଫୋନ୍ କରି ମଧ୍ୟ ଫଳାଫଳ ଜାଣିପାରିବେ । ଅପରାହ୍ନ ୫ଟା ଯାଏଁ ପରିଷଦ ଦ୍ୱାରା ଜାରି ନଂବରକୁ ଫୋନ୍ କରି ଫଳାଫଳ ଜାଣିପାରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ବାଣିଜ୍ୟ ପରୀକ୍ଷା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/4-18.jpg)