କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଉଛି ପଂଚୁକ ବ୍ରତ । ଆଜି ଏକାଦଶୀ ବ୍ରତ ସହ ପଂଚକ ବ୍ରତର ପ୍ରଥମ ଦିନ । ଏହି ଅବସରରେ ଶ୍ରୀମନ୍ଦିରରେ ପଂଚୁକ ନୀତିର ଶୁଭାରମ୍ଭ ହୋଇଛି । ଏହି ଦିନରେ ମହାପ୍ରଭୁଙ୍କର ନିଦ୍ରାଭଙ୍ଗ ହୋଇଥାଏ । ଆଷାଢ ଶୁଳ୍କ ଏକାଦଶୀରେ ରଥାରୁଢ ସମୟରେ ମହାପ୍ରଭୁ ନିଦ୍ରା ଯାଇଥିଲେ । ୪ ମାସ ପରେ ହରିଉତଥାପନ ଏକାଦଶୀରେ ମହାପ୍ରଭୁ ନିଦରୁ ଉଠିବେ ।
ବଡସିଂହାର ବେଶ ଓ ବଡସିଂହାର ଭୋଗ ପରେ ମହାପ୍ରଭୁଙ୍କର ନୀତି ହେବ । ଏହି ଅବସରରେ ମହାପ୍ରଭୁଙ୍କର ଲକ୍ଷୀନାରାୟଣ ବେଶ ହେବ । ପଂଚୁକକୁ ଦୃଷ୍ଟିରେ ରଖି ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ପାଂଚ ଦିନରେ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ମହୋଦଧି ଓ ପୋଖରୀରେ ବି ଭକ୍ତଙ୍କ ନିରାପଦ ସ୍ନାନ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/Untitled22.jpg)