ଫୁଲୁରୀ ତେଲ ଲାଗି ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଆଜିଠୁ ୩ ଦିନ ଧରି ହେବ ଓସୁଅଲାଗି

ଠାକୁରଙ୍କ ପହଣ୍ଡି ପରେ କାହିଁକି କରାଯାଏ ଛେରାପହଁରା ନୀତି? ଜାଣନ୍ତୁ ନୀତି ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା

source : google

କନକ ବ୍ୟୁରୋ : ଅଣସର ଘରେ ମହାପ୍ରଭୁଙ୍କ ଉପଚାର ଚାଲିଛି । ଆଜିଠୁ ଅଣସର ଘରେ ମହାପ୍ରଭୁଙ୍କର ଓସୁଅ ଲାଗି ହେବ । ଗତକାଲି ଶ୍ରୀଅଙ୍ଗରେ ଫୁଲରି ତେଲ ଲାଗି ହେବା ପରେ ଧିରେ ଧିରେ ସୁସ୍ଥ ହେଉଛନ୍ତି ଶ୍ରୀଜୀଉ । ଆଜିଠୁ ନବମୀ ପର୍ଯ୍ୟନ୍ତ ଲାଗିହେବ ଓସୁଅ । ସୁଦୁ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ରାଶି ତେଲ ଓ ଝୁଣାରେ ଓସୁଅ ଲାଗି କରାଯିବ ।

publive-imageଏହାପରେ ଏକାଦଶୀ ଦିନ ଦଶମୂଳ ମୋଦକ ସେବନ କରି ସୁସ୍ଥ ହେବେ ମହାପ୍ରଭୁ । ତେବେ ମହାପ୍ରଭୁ ଅଣସର ଘରେ ଥିବା କାରଣରୁ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରୁନାହାନ୍ତି । କିନ୍ତୁ ଜଗନ୍ନାଥଙ୍କ ବଦଳରେ ଭକ୍ତଗଣ ପଟିଦିଅଁକୁ ଦର୍ଶନ କରୁଛନ୍ତି । ପରମ୍ପରା ଅନୁସାରେ ନେତ୍ରୋତ୍ସବ ଦିନ ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe